ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

0 92

ପୁରୀ: ଆଡ଼ପ ମଣ୍ଡପରେ ବିଜେ କରି ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ଦର୍ଶନ ଆରମ୍ଭ ପରେ ଭକ୍ତ ମାନେ ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି । ଗତକାଲି ପ୍ରଥମ ଆଡ଼ପ ଦର୍ଶନ ଥିବାରୁ ଭକ୍ତଙ୍କର ପ୍ରବଳ ଭିଡ ହୋଇଥିଲା । ଏଣୁ ଅନେକ ଭକ୍ତ ପୁରୀ ଆସି ପାରି ନଥିଲେ । ଆଜି ଭିଡ କମ ରହିଥିବା ବେଳେ ଭକ୍ତ ମାନେ ସୁବିଧା ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଈଁ ଭକ୍ତ ଭିଡ ବଢ଼ିବାରେ ଲାଗିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିଜେ ପୁରୀ ଏସପି କେ ବିଶାଳ ସିଂ ଓ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ରହି ସ୍ଥିତି ପ୍ରତି ନଜର ରଖିଛନ୍ତି । ଭକ୍ତ ମାନେ ଯେଭଳି ଖରା ଯୋଗୁଁ ହଇରାଣ ନ ହେବେ ସେଥିପାଇଁ ଗୁଣ୍ଡିଚା ମନ୍ଦୀର ଆଗରେ ସେଡ କରାଯାଇଛି । ଫଳରେ ଭକ୍ତ ମାନେ ଛାଇରେ ରହି ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଉଛନ୍ତି । ସେହିପରି ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହୋଇଛି । ଭିଡ ସୁଯୋଗ ନେଇ କିଛି ଲୁଟେରା ଲୋକଙ୍କୁ ଟାର୍ଗେଟ କରିବାର ଆଶଙ୍କା ଥିବା ଏହା ଉପରେ ନଜର ରଖିବାକୁ ଏକାଧିକଟିମ୍‌ କରାଯାଇଛି । ୬୦ରୁ ଅଧିକ ଲୁଟେରାକୁ ପୋଲିସ୍‌ ଅଟକ ରଖିଛି । ଅନ୍ୟପଟେ ମହାପ୍ରଭୁଙ୍କ ନିତି କାନ୍ତି କିଭଳି ସୁରୁଖୁରୁରେ ହେବ, ଆଡ଼ପ ଅବଢ଼ା କିଭଳି ଶୀଘ୍ର ଭକ୍ତ ମାନେ ପାଇବେ ସେ ନେଇ ଜିଲ୍ଲାପାଳ ସେବାୟତଙ୍କ ସହ ସବୁଦିନ ଆଲୋଚନା କରି ସ୍ଥିତି ଉପରେ ନଜର ରଖାଯାଇ ଥିବା ପୁରୀ ଜିଲ୍ଲାପଳ କହିଛନ୍ତି । ଭକ୍ତ ମାନେ କିଭଳି ସୁବ୍ୟବସ୍ଥା ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇ ଫେରିବେ ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଥିବା ଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − four =