ଦୁବାଇ : ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଏକ ବଡ଼ ଝଟକା ଲାଗିଛି । ହାତ ଭାଙ୍ଗିଯିବା କାରଣରୁ ନ୍ୟୁଜିଲ୍ୟାଣ୍ଡର ଓପନର୍ ତଥା ୱିକେଟ୍ କିପର ଡିଭନ୍ କନୱେ ଫାଇନାଲ ମ୍ୟାଚ୍ ଏବଂ ଭାରତ ଗସ୍ତରୁ ବାଦ ପଡିଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ କନୱେ ଆହତ ହୋଇଥିଲେ । ଆଉଟ ହେବା ପରେ ହତାଶ ହୋଇ କନୱେ ତାଙ୍କ ବ୍ୟାଟକୁ କ୍ରୋଧିତ ଭାବରେ ତଳେ ପକାଉଥିବା ବେଳେ ହାତ ଭାଙ୍ଗି ଯାଇଥିଲା । ଏହା ପରେ ତାଙ୍କୁ ଏକ୍ସ-ରେ ନିଆଯାଇଥିଲା ଯାହା ପରେ ତାଙ୍କ ଆଘାତ ଗୁରୁତର ଏବଂ ତାଙ୍କ ହାତ ଭାଙ୍ଗି ଯାଇଥିବାର ନିଶ୍ଚିତ କରାଯାଇଥିଲା ।
ଟୁର୍ଣ୍ଣାମେଣ୍ଟ ସମୟରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ବିପର୍ଯ୍ୟୟ ଯେତେବେଳେ ଖେଳାଳିଙ୍କୁ ଆଘାତ କାରଣରୁ ଟୁର୍ନାମେଣ୍ଟରୁ ବାହାର ହେବାକୁ ପଡିବ । ଏହାପୂର୍ବରୁ ସୁପର ୧୨ ରେ ପାକିସ୍ତାନ ବିପକ୍ଷ ମ୍ୟାଚ ଦିନ ଆଘାତ ହେତୁ ଲକି ଫର୍ଗୁସନଙ୍କୁ ଟୁର୍ନାମେଣ୍ଟରୁ ବାଦ ପଡିଥିଲେ । ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ ପ୍ରଶିକ୍ଷକ ଗ୍ୟାରୀ ଷ୍ଟେଡ୍ କନୱେଙ୍କ ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ଏହି ପରି ଟୁର୍ନାମେଣ୍ଟରୁ ବାହାରି ସେ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପ୍ରବେଶ କରିଥିଲା । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଜିମି ନିଶାମ ଏବଂ ଡାରିଲ ମିଚେଲ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟରେ ପହଞ୍ଚାଇବାରେ ସଫଳ ହୋଇଥିଲେ । ବର୍ତ୍ତମାନ ରବିବାର ଅର୍ଥାତ୍ ନଭେମ୍ବର ୧୪ ରେ, ଦୁବାଇରେ ଟି -୨୦ ବିଶ୍ୱକପ୍ ର ଫାଇନାଲ ଖେଳାଯିବ ।
ଅଷ୍ର୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଟି -୨୦ ବିଶ୍ୱକପ ଫାଇନାଲରେ ଭାଗ ନେବେ । ଅର୍ଥାତ୍ ଏଥର ଟି -୨୦ କ୍ରିକେଟରେ ଏକ ନୂଆ ଚାମ୍ପିଅନ୍ ଦେଖିବାକୁ ମିଳିବ । ଉଭୟ ଦଳ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟ୍ ବିଶ୍ୱକପ୍ ଜିତି ନାହାଁନ୍ତି ।
Sign in
Sign in
Recover your password.
A password will be e-mailed to you.