ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୁଲବୁଲ ସ୍ୱୟଂ ସହାୟକ ଗୋଷ୍ଠୀ

0 87

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଆଦିମ ଅଧିବାସୀଙ୍କ ମୁଖ୍ୟ ଚାଷ ହେଉଛି ହଳଦୀ ଚାଷ । ଏହାବ୍ୟତୀତ ଅନ୍ୟାନ୍ୟ ପାରମ୍ପରିକ ଚାଷ ଯଥା ଧାନ,ମାଣ୍ଡିଆ,କାନ୍ଦୁଲ, ମକା ,ଅଦା ଆଦି ଚାଷ କରିଥାନ୍ତି । ବିଶେଷ କରି ଅର୍ଥକାରୀ ଫସଲ ଭାବେ ଅଦା, ହଳଦୀ,ମକା ଓ କାନ୍ଦୁଲ ଚାଷ କରିଥାନ୍ତି । ହେଲେ କଠିନ ପରିଶ୍ରମ କରି ଏହି ଚାଷ ଗୁଡିକ କରିବାକୁ ପଡୁଥିବାବେଳେ ଅନେକ ସମୟରେ ବହୁତ କ୍ଷତି ସହିବାକୁ ପଡିଥାଏ । ସଦା ସର୍ବଦା ଜଙ୍ଗଲରେ ଜୀବନ ବିତିଥାଏ । ଏଣୁ ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳାମାନେ ବଣ ଜଙ୍ଗଲ ନ ବୁଲି ମାଛ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଦାରିଙ୍ଗବାଡି ମିଶନଶକ୍ତି କାର୍ଯ୍ୟାଳୟ ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ ଦାରିଙ୍ଗବାଡି ବ୍ଲକ ର ହତିମୁଣ୍ଡା ପଞ୍ଚାୟତର ବୁଲବୁଲ ସ୍ୱୟଂ ସହାୟିକା ଗୋଷ୍ଠୀ ୨୦୨୧ ମସିହାରୁ ପଞ୍ଚାୟତର ବନ୍ଧକୁ ୫ ବର୍ଷ ପାଇଁ ଲିଜରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ । ବର୍ଷକୁ ଦୁଇରୁ ତିନିଥର ମାଛ ବିକ୍ରୀ କରି ଭଲ ଦିପାଇସା ରୋଜଗାର କରି ସ୍ୱାବଲମ୍ବୀ ହେବାରେ ସକ୍ଷମ ହୋଇପାରିଛନ୍ତି । ମିଶନଶକ୍ତି ପ୍ରକଳ୍ପ ସଂଯୋଜକ ସରୋଜ କୁମାର ଦିଗାଲ ଓ ଓଡ଼ିଶା ଜୀବିକା ମିଶନର ଏମ୍ବିକେ କୁମୁଦିନୀ ବଳିଆର ସିଂଙ୍କ ଉପସ୍ଥିତିରେ ମାଛ କିଲୋ ପିଛା ୧୫୦ ଟଙ୍କା ଦରରେ ଦୁଇ କୁଇଣ୍ଟାଲ ପଚାଶ କେଜି ମାଛ ବିକ୍ରି କରି ପ୍ରାୟ ଚାଳିଶ ହଜାର ଟଙ୍କା ପାଇଥିବା ବେଳେ ବର୍ଷରେ ପ୍ରାୟ ୭୦ ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଛନ୍ତି । ଏଥିସହିତ ଆଦିବାସୀ ମହିଳାମାନେ ହାତକୁ ହାତ ବାନ୍ଧି ଘରେ ବସି ନ ରହି ଅଞ୍ଚଳବାସୀଙ୍କୁ ସ୍ୱାଦିଷ୍ଟ ମାଛ ଯୋଗାଇ ଭଲ ଦିପାଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =