ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଚିତ୍ରଶିଳ୍ପୀ ସୁଚିସ୍ମିତା: କାଚ ବୋତଲରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟିଂ

0 32

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସୁଚିସ୍ମିତା ଦାସ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୁରୁଣା କାଚ ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟ୍‌ ଆଙ୍କି ଅନୁଗୋଳ ପାଇଁ ଗୋରବ ଆଣିଛନ୍ତି । ପିଲାଦିନରୁ ଚିତ୍ରଆଙ୍କି ବହୁ ସୁନମା ଅର୍ଜନ କରୁଥିଲେ । ହାତର ଯାଦୁଗରୀରେ ଅନୁଗୋଳ ଜିଲ୍ଲାର ଟେକ ରଖିବା ପାଇଁ ମନସ୍ଥ କଲେ । ବିଭିନ୍ନ ସ୍ଥାନରୁ ମନ ଲୋଭାଭଳି ଭଳିକି ଭଳି ବୋତଲ ସଂଗ୍ରହ କରି ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍‌ ସାହାଯ୍ୟରେ ସାଧାରଣ ଲୋକଙ୍କ ଅବିକଳ ଛବି ଆଙ୍କିଥିଲେ ।

hiring

ଗୋଟିଏ ଚିତ୍ର ଆଙ୍କିବା ପାଇଁ ତାଙ୍କୁ ୩୦ ମିନିଟ୍‌ ସମୟ ଲାଗିଥାଏ । କିଛି ଶୁଭେଚ୍ଛା ଏହି କୃତିକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନିତ କରିବା ପାଇଁ ପ୍ରେରଣ ଦେବାରୁ ସୁଚିସ୍ମିତା ତାଙ୍କର ପ୍ରୟାସ ଆରମ୍ଭ କଲେ । ଶେଷରେ ତାଙ୍କର କାଚ ବୋତଲରେ ଆଙ୍କିଥିବା ଆକ୍ରିଲିକ୍‌ ପେଣ୍ଟ୍‌ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନିତ ହୋଇଛି । ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳୁ ନାଲ୍‌କୋ ସ୍ଥିତ ଦି କ୍ଲବ ଚିତ୍ରକଳା ଶିକ୍ଷାନୁଷ୍ଠାନରୁ ଚିତ୍ରକଳା ଶିକ୍ଷା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱରରେ ଆଇଟି ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଅଛନ୍ତି । ସେ ନିଜ ପ୍ରୟାସରେ ଅନେକ ଚିତ୍ରଶିଳ୍ପୀ ସୃଷ୍ଟି କରିପାରିଛନ୍ତି । ଗତବର୍ଷ ଅକ୍ଟୋବର ମାସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ନାମ ଆବେଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

nine − 4 =