ସଂରକ୍ଷିତ ଜଙ୍ଗଲକୁ ସଫା କରୁଛନ୍ତି କାଠ ମାଫିଆ, ନୀରବ ସାଜିଛି ବନବିଭାଗ

0 51

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଲରମ୍ଭା ଅଞ୍ଚଳରେ ଅବାଧରେ କାଠ ମାଫିଆ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ ଓ ଔଷଧୀୟ ଗଛ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ ଏବେ ଶ୍ରୀହୀନ ହେବାକୁ ବସିଥିବା ବେଳେ ଚେଇଁ ଶୋଇଛି ବନବିଭାଗ । ଦିନ ବିଭାଗର ନାକତକୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି । କାଠ ମାଫିଆ । ମହଦାସନା, ବାରପାହାଡ଼ ଓ ଆଗା ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ନାଳତଳୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି କାଠ ମାଫିଆ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନବିଭାଗ ଅର୍ନ୍ତଗତ ଲରମ୍ଭା ସେକସନ୍‌ ଅଧୀନରେ ଥିବା ମହଦାସନା, ବାଇପାହାଡ଼ ଓ ଅନ୍ଧାରୀ ସଂରକ୍ଷିତ ଜଙ୍ଗଲରୁ ଗତ କିଛିମାସ ହେବ ବହୁ ମୂଲ୍ୟବାନ ଗଛର ମୂଳ ଅଛି, ହେଲେ ଗଣ୍ଡି ନ ଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷରୁ ଏହି ସଂରକ୍ଷିତ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଥିଲା । ଲରମ୍ଭା ସେକ୍ସନ୍‌ର ଫରେଷ୍ଟର କିଛି ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରିଛନ୍ତି । ତଥାପି ବନବିଭାଗ କାହିଁକି କାଠ ମାଫିଆକୁ ଧରି ପାରୁନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । କେବଳ ଏହି ସଂରକ୍ଷିତ ଜଙ୍ଗଲ ନୁହେଁ । ଆଖପାଖରେ ଥିବା ଜଙ୍ଗଳରୁ ମଧ୍ୟ ସବୁଦିନ ଖୁଲାମଖୁଲା କାଠ ଚୋରି ହେଉଛି । କିଛି ଦିନ ତଳେ ଲରମା ଅଞ୍ଚଳରେ କାଠ ଚୋରା ହୋଇ ଗଚ୍ଛିତ ହୋଇଥିବା ସ୍ଥାନର ଖବର ଜିପିଏସ ଲୋକେସନ ଫଟୋ ସହିତ ଦିଆଯାଇ ଥିବା ସହ ଜଙ୍ଗଲ କାଟିବା ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗର କିଛି କର୍ମଚାରୀମାନଙ୍କୁ ହାତ ଗୁଞ୍ଜା ଦେଇ କାଠ ମାଫିଆମାନେ ଖୁଲମ ଖୁଲା କାଠ ଚୋରା ଚାଲାଣ କରୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିବା ସତ୍ୱେ ବନ ବିଭାଗ ହାତ ବାନ୍ଧି ବସିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥି ପ୍ରତି ଡିଏଫଓ ଦୃଷ୍ଟି ଦେବା ସହ ଘଟଣାର ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ହେଲେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ କିଭଳି ପଦେକ୍ଷପ ଗ୍ରହଣ କରୁଛି ।

hiranchal ad1
Leave A Reply

Your email address will not be published.

two × 4 =