ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ଡକ୍ଟର ମନୋଜ କୁମାର ଛାବ୍ରାଙ୍କୁ ଡିଜି ପ୍ରିଜନ ଭାବେ ବଦଳି କରାଯାଇଛି । ସେହିପରି ଆଇପିଏସ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଭାବେ ଅବସ୍ଥାପିତ କରାଯାଇଛି ।
ଆଇପିଏସ ସଂଜୀବ ପଣ୍ଡାଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ କରାଯାଇଥିବାବେଳେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ସିଆଇଡ଼ି-ସିବିର ଏଡ଼ିଜିପି ଭାବେ ନିଯୁକ୍ତି ଦିଆଯାଇଛି । ଆଇପିଏସ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଆଇଜିପି କମ୍ୟୁନିକେସନ ଭାବେ ଅବସ୍ଥାପିତ କରାଯାଇଛି ।
ଅପରପକ୍ଷରେ ଆଇପିଏସ ସୈଫିନ ଅହମ୍ମଦଙ୍କୁ ଏଚଆରପିସିର ଆଇଜିପି ଦାୟିତ୍ୱ ଦିଆଯାଇଥିବାବେଳେ ଆଇପିଏସ ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର-କଟକ ଏସିପି ଭାବେ ଅବସ୍ଥାପିତ କରାଯାଇଛି । ଆଇପିଏସ ନୀତି ଶେଖରଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଆଇପିଏସ ପିନାକ ମିଶ୍ରଙ୍କୁ କଟକ ଡିସିପି କରାଯାଇଥିବାବେଳେ ଆଇପିଏସ ପରମାରସ୍ମିତ ପାରସୋହୋତାମଦାସଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି ।
ଏହାଛଡ଼ା ଆଇପିଏସ ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଥିବାବେଳେ ଆଇପିଏସ ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆଇପିଏସ ଡକ୍ଟର ସର୍ବଣା ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଇପିଏସ ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଛି । ଅପରପକ୍ଷରେ ଆଇପିଏସ ଅଭିଳାଷଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବାବେଳେ ଓପିଏସ ଅଲେଖ ପହିଙ୍କୁ ନୟାଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।