ଭିଏସ୍‌ଏସ୍‌ ନଗରରେ ଜଳଛତ୍ର ଶିବିର ଆୟୋଜନ

0 35

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରୀପ୍ରେକ୍ଷୀରେ ଭିଏସସନଗର ସରକାରୀ ହାଇସ୍କୁଲ୍‌ ନିକଟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ଜଳଛତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଧାୟକ ସୁଶାନ୍ତ କୁମାର ରାଉତ, ଓଡିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, କର୍ପୋରେଟର ପ୍ରଭାସିନୀ ମହାନ୍ତି ଯୋଗଦେଇ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ସରକାରୀ ହାଇସ୍କୁଲ୍‌ରେ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦହି ସର୍ବତ ଓ ଥଣ୍ଡା ପାଣି ପିଇ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବା ସହିତ ଆୟୋଜକଙ୍କ ଭୂରିଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭାପତି ମହେଶ୍ୱର ବିଶ୍ୱାଳ, ଶିବ ପ୍ରସାଦ ମିଶ୍ର, ପୁରଞ୍ଜନ ପାଢ଼ୀ, ସୁଚିତ୍ରା ବେହେରା, ପୁଷ୍ପଲତା ମୁଦୁଲି, ମନୋରମା ପାତ୍ର, ନରେନ୍ଦ୍ର ବିଶ୍ୱାଳ, ଦୀପକ ନାୟକ, ଲୋକେଶ କୁମାର, ଦୀନବନ୍ଧୁ ପତି, ଶିବାନନ୍ଦ ତାଡ଼, ସୌମ୍ୟ ରଂଜନ ପ୍ରଧାନ, ସର୍ବଜିତ୍‌ ସାହୁ, ଅନୁପମ ମହନ୍ତି, କିଶୋର ମହାନ୍ତି,ହେମନ୍ତ ବେହେରା, ସୋମନାଥ ମଲିକ, ରାଜୀବ ନୟନ ,ଆଲୋକ ମଲିକ ଓ ଦଳର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍‌ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

11 + ten =