ଜି.ଉଦୟଗିରି ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସ୍ୱତନ୍ତ୍ର ସେବା ଶିବିର

0 90

ଜି.ଉଦୟଗିରି : ସ୍ଥାନୀୟ ଇନ୍ଦିରା ପ୍ରୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜି ସ୍ୱତନ୍ତ୍ର ସେବା ଯୋଜନା ଅନୁକୁଲ୍ୟରେ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ କେ ସୂର୍ଯ୍ୟ ନାରାୟଣ ପାତ୍ର ଦ୍ୱୀପ ପ୍ରଜ୍ଜ୍ୱଳନ କରି ଉକ୍ତ ଶିବିରର ଶୁଭାରମ୍ଭ କରିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁଧାରାଣୀ ପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ମିନତୀ କୁମାରି ଦାସ ଓ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ଦାସ ସହଯୋଗ କରିଥିଲେ । ଏହି ଶିବିର ୨୭ ଜଣ ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ନେଇ ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀମତୀ ପାତ୍ର ସୂଚନା ଦେଇଥିଲେ ।ଏଥି ସହିତ ସାତ ଦିନ କାର୍ଯ୍ୟକ୍ରମ ବିଷୟରେ ଶିବିରାର୍ଥୀଙ୍କୁ ତାଲିମ ଦିଆଯାଇଥିଲା । ପରିଶେଷରେ ଶ୍ରୀମତୀ ସୁଧାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + five =