କାନୁଟ ହାଇସ୍କୁଲରେ ନୂତନ ବିଜ୍ଞାନ ଶିକ୍ଷକଙ୍କ ଯୋଗଦାନ

0 318

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କାନୁଟ ଉଚ୍ଚ ବିଦ୍ୟାଳୟରେ ନୂତନ ବିଜ୍ଞାନ ଶିକ୍ଷକ ଯୋଗଦାନ କରିଛନ୍ତି । ସ୍କୁଲ ସଭାପତି ସଚ୍ଚିଦାନନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା ସମାରୋହରେ କରାଯାଇଛି । ପୂର୍ବରୁ ସ୍କୁଲରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀ ଦାବିକରି ଆସୁଥିଲେ । ହେଲେ ବର୍ତ୍ତମାନର ସ୍କୁଲ କମିଟିର ସଭାପତି ସଚ୍ଚିଦାନନ୍ଦ ନାଏକ (ସତୁ) ତତ୍ତ୍ୱାବଧାନରେ ସ୍କୁଲରେ ନୂତନ ବିଜ୍ଞାନ ଶିକ୍ଷକ କୁଶ ପୃଷ୍ଟି ବାଗ ଯୋଗଦାନ କରିଛନ୍ତି । ଏପରିକି ସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି । କମିଟି ତଥା କମିଟିର ସଭାପତିଙ୍କ ପକ୍ଷରୁ ପ୍ରଧାନ ଶିକ୍ଷକ ପୂରଣ ପାଇଁ ପଦକ୍ଷେପ ଜାରି ରହିବ ବୋଲି କମିଟିର ସଭାପତି କହିଛନ୍ତି ।

hiranchal ad1
Leave A Reply

Your email address will not be published.

eight + twenty =