ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

0 55

ବୌଦ୍ଧ,୧୯/୧୨:- ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପ ସଭାପତି ରୋହିତ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ତିନୋଟି ବ୍ଲକରୁ ସ୍ୱେଚ୍ଛାସେବୀଙ୍କ ଠାରୁ ୩୦ ୟୁନିଟ୍‌ ରକ୍ତ ସଂଗୃହିତ ହୋଇଥିଲା । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ , ବରିଷ୍ଠ ସମାଜସେବୀ ସୁଜନ ବେହେରା , ଅନାଦି ବାଦୀ ,ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ , ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସଂଗଠନ ସଂପାଦକ ଦେବଦତ୍ତ ସାଗର , ରାଧାନଗର ପଂଚାୟତର ବ୍ଲକ୍‌ ସଂଯୋଜକ ଉଗ୍ରସେନ ହାତୀ , ପଂଚାୟତ ସଭାପତି ଚିତ୍ରସେନ ବେହେରା , ବରିଷ୍ଠ ସମାଜସେବୀ କ୍ଷେତ୍ରମୋହନ ମହାନନ୍ଦ , ରାଜେନ୍ଦ୍ର ବାଘ , ଶଙ୍କର୍ଷଣ କହଁର , ମହାଦେବ କଲତା , ପଙ୍କଜ ବେହେରା , ଚିତ୍ତରଂଜନ ବେହେରା , ବାମନ ବେହେରା , ମାର୍କଣ୍ଡ କଲତା , ଅମୂଲ ବେହେରା , ପ୍ରବେଶ କୁମ୍ଭାର , ଶ୍ରୀଧର କୁମ୍ଭାର , ଷଣ୍ଢେଶ୍ୱର ଜଗଦଲା ପ୍ରମୁଖ ଯୋଗଦେଇ ରକ୍ତଦାନ କରିବା ସହିତ ଶିବିରରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five + thirteen =