ଭାଜପା ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ

0 123

ବୌଦ୍ଧ,୧୯/୧୨:- ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଜିଲ୍ଲାର ନଅ ନମ୍ବର ଜୋନ ସ୍ଥିତ ଛତ୍ରଙ୍ଗ ହାଟ ପଡିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳ ଲଢ଼ିବା ପାଇଁ ଖସଡ଼ା ପ୍ରସ୍ତୁତି ହୋଇଥିଲା । ଏଥିସହ ଆଗାମୀ ଦିନରେ ଦଳକୁ କିପରି ପଞ୍ଚାୟତ ସ୍ତର ରୁ ମଜଭୁତ କରାଯିବ ସେ ଦିଗରେ ସାମୁହିକ ଆଲୋଚନା ହୋଇଥିଲା ଏବଂ କିଭଳି ଭାବରେ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଥିବା ନଅ ନମ୍ବର ଜୋନଟି ବିଜେପି କବ୍ଚାକୁ ଯିବ ସେ ଦିଗରେ ମତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଉପସଭାପତି ରବି ନାରାୟଣ ପ୍ରଧାନ,୯ ନମ୍ବର ଜୋନ ସଭାପତି ତପନ ଡାଙ୍ଗ, ସୁବ୍ରତ ପ୍ରଧାନ, ଅରୂପାଦୀପ, ସଂଗ୍ରାମ କେଶରୀ ବେହେରା, ନଟବର ପ୍ରଧାନ, ସଚ୍ଚିଦାନନ୍ଦ ମହାକୁଡ଼, ନବୀନ ମହାକୁଡ଼ଙ୍କ ସମେତ ଶତାଧିକ କର୍ମୀ ଯୋଗଦାନ କରିଥିଲେ । ଏହି ବୈଠକରେ ଆଡେଣିଗଡ଼, ତଳଗାଁ, ମହାଲିକପଡ଼ା, ଛତ୍ରଙ୍ଗ, ହରଭଙ୍ଗା, କୁସଙ୍ଗ, ସଂକୁଲେଇ ପଞ୍ଚାୟତର ସମସ୍ତ ବିଜେପି କର୍ମୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

18 + fourteen =