ଆସନ୍ତାକାଲି ପିପିଲି ଉପ ନିର୍ବାଚନ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

0 132

ପୁରୀ : ଆସନ୍ତାକାଲି ପିପିଲିରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ପୁରୀ ଜିଲାପାଳ ସମର୍ଥ ବର୍ମା ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ସେ ନେଇ ସମସ୍ତ ବ୍ୟବସ୍ଥାକୁ ସେ ଅନୁଧ୍ୟାନ କରିଛନ୍ତି । ତେବେ ପୁରୀ ଜିଲାପାଳଙ୍କ ସୂଚନା ଅନୁଯାୟୀ ସବୁ ବୁଥରେ ସବୁ ପୋଲିଂ ପାର୍ଟି ପହଂଚି ସାରିଛନ୍ତି । ସେମାନେ ଇଭିଏମ ମେସିନ ଅନ୍ୟ ସରଞ୍ଜାମ ଚେକ କରୁଛନ୍ତି । ସେହିପରି ସେକ୍ଟର ଅଫିସର ମାନେ ବିଭିନ୍ନ ବୁଥ ଯାଇ ଥିବା ସମସ୍ୟା ଗୁଡିକୁ ସମାଧାନ କରୁଛନ୍ତି । ଆଜି ବୁଥ ଗୁଡିକୁ ସାନିଟାଇଜ କରାଯାଇଛି । ଆସନ୍ତାକାଲି ମଧ୍ୟ ସମସ୍ତ ବୁଥ ସାନିଟାଇଜ କରାଯିବ । ସେହିପରି ପିପିଲି ଉପନିର୍ବାଚନରେ ଚିହ୍ନଟ ହୋଇ ଥିବା ୨୦୧ ଟି ଉତ୍ତେଜନା ପ୍ରବଣ ବୁଥରୁ ୧୭୫ ଟି ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା ହୋଇଛି । ଉକ୍ତ ବୁଥର ମତଦାନ ରମସ ୱେବ ସାଇଟରେ ଯେକେହିବି ଦେଖି ପାରିବେ । ସେହିପରି ବୁଥ ଗୁଡ଼ିକରେ ମାଇକ୍ରୋ ଅବଜରଭର, ଭିଡିଓ ଗ୍ରାଫିର ମଧ୍ୟ ବ୍ୟବସ୍ଥା ହୋଇଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟରମାନେ ନିର୍ଭୟ ଯାଇ ନିଜର ଗଣତନ୍ତ୍ରକ ଅଧିକାରକୁ ସାବ୍ୟସ୍ତ ପାଇଁ ଭୋଟ ଦେବା ନିମନ୍ତେ ଯିବା ଉଚିତ ବୋଲି ପୁରୀ ଜିଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

14 + four =