ମା ଦୁର୍ଗାଙ୍କ ମାଟି ଅନୁକୂଳ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

0 50

ପାରାଦୀପ-ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଆ ଦୁର୍ଗାଙ୍କ ମୃଣ୍ମୟୀ ପୂଜା ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଙ୍ଘ ପକ୍ଷରୁ ମୃତ୍ତିକା ଅନୁକୂଳ କରାଯାଇଛି ଏବଂ ଷୋଡଶ ଦିନାତ୍ମକ ପୂଜା ବୈଦିକ ରୀତିନୀତି ଅନୁଯାୟୀ ଆରମ୍ଭ କରାଯାଇଛି ।
ସେପ୍ଟେମ୍ବର ୨୯ ତାରିଖ ବୁଧବାର ସକାଳ ୮ ଟା ୪ ମିନିଟ ରେ ବଡପଡ଼ିଆ ସ୍ଥିତ ମାଆଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ପବିତ୍ର ମୃତ୍ତିକା ଅଣା ଯାଇଥିଲା ।
ଏହି ପୂଜାରମ୍ଭ କାର୍ଯ୍ୟକ୍ରମରେ ବଣିକ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ ଏବଂ ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ କିପରି ଶାନ୍ତି ଶୃଙ୍ଖଳା ସହିତ ମାଆଙ୍କ ପୂଜା କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =