ଭାରତକୁ ଝଟ୍‌କା, ଗୋଲାପୀ ଟେଷ୍ଟରେ ଖେଳିବେନି ହରମାନପ୍ରୀତ

0 221

ନୂଆଦିଲ୍ଲୀ : ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୋଟିଏ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ମହିଳା ଟି -୨୦ ଦଳର ଅଧିନାୟକ ତଥା ଟେଷ୍ଟ ଉପ-ଅଧିନାୟକ ହରମାନପ୍ରୀତ କୌର ଏହି ଐତିହାସିକ ଟେଷ୍ଟ ମ୍ୟାଚର ଅଂଶ ହୋଇପାରିବେ ନାହିଁ । ଏହାକୁ ଅଧିନାୟକ ମିତାଲି ରାଜ ନିଜେ ସ୍ପଷ୍ଟ କରିଛନ୍ତି । ଷ୍ଟାର ବ୍ୟାଟର ହରମାନପ୍ରୀତ କୌରଙ୍କ ବିନା ଭାରତ ପଡିଆକୁ ଓହ୍ଲାଇବ । କ୍ୟାପଟେନ ମିତାଲି ରାଜ ମ୍ୟାଚ୍‌ ପୂର୍ବରୁ ଏହା ନିଶ୍ଚିତ କରିଛନ୍ତି । ଭେଟେରାନ ଅଲରାଉଣ୍ଡର ହରମାନପ୍ରୀତ କୌରଙ୍କର ଆଙ୍ଗୁଠିରେ ଆଘାତ ହେତୁ ଖେଳାଯାଇଥିବା ସମସ୍ତ ତିନୋଟି ଦିନିକିଆରୁ ବଞ୍ଚିତ ହୋଇଥିଲେ ଏବଂ ବର୍ତ୍ତମାନ ଏକମାତ୍ର ଟେଷ୍ଟ ମ୍ୟାଚରୁ ମଧ୍ୟ ସେ ବଞ୍ଚିତ ହେବାକୁ ପଡିବ । କୌରଙ୍କ ଅଭାବ କିଏ ପୂରଣ କରିବ ତାହା ଦେଖିବାକୁ ବାକି ରହିଲା । କାରଣ ହରମାନପ୍ରୀତ କୌର ଜଣେ ଅଭିଜ୍ଞ ବ୍ୟାଟର ।୍‌
ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପୂର୍ବରୁ ହରମାନପ୍ରୀତ କୌର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଛି । କେବଳ ଏତିକି ନୁହେଁ, ଏହି ସିରିଜ୍‌ ପରେ ତାଙ୍କୁ ମହିଳା ବିଗ୍‌ ବ୍ୟାସ୍‌ ଲିଗ୍‌ (ଡବ୍ଲୁବିବିଏଲ୍‌) ରେ ମଧ୍ୟ ଖେଳିବାକୁ ପଡିବ । କିନ୍ତୁ ପ୍ରଶଂସକମାନେ ଚାହୁଁଛନ୍ତି ଯେ ସେ ପ୍ରଥମେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତୁ ।
୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଦଳ ଏକ ଟେଷ୍ଟ ମ୍ୟାଚରେ ମୁହାଁମୁହିଁ ହେବେ ।

hiranchal ad1
Leave A Reply

Your email address will not be published.

sixteen − 9 =