‘ହୃଦୟ ସହ ସଂଯୋଗ ପାଇଁ ହୃଦୟର ବ୍ୟବହାର’- ଆପୋଲୋ ହସ୍ପିଟାଲର ଅଭିନବ ପ୍ରୟାସ

0 45

ଭୁବନେଶ୍ୱର : କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି (ଦୃଦୟ ଓ ରକ୍ତବାହୀ ନଳୀ ରୋଗ)ର ଆମ ଶରୀର ଉପରେ ଅନେକ ପ୍ରଭାବ ରହିଛି । ଏହା ହେଉଛି ଆମ ଦୃଦୟ ଓ ରକ୍ତବାହୀ ନଳୀରେ  ହେଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯଥା କରୋନାରୀ ହାର୍ଟ ଡିଜିଜ୍, ସେରେବ୍ରୋ ଭାସ୍କୁଲାର ଡିଜିଜ୍, ର୍ୟୁମାଟିକ୍ ହାର୍ଟ ଡିଜିଜ୍ ଭଳି କେତେକ ରୋଗର ମୂଳ ଉସô । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆକଳନ ଅନୁସାରେ ପ୍ରତି ୫ଟି ସିଭିଡି ରୋଗୀମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହାର୍ଟ ଆଟାକ୍ (ହୃଦ୍ଘାତ) ଓ ଷ୍ଟ୍ରୋକ୍ ଯୋଗୁଁ ହୋଇଥାଏ । ୭୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ଘଟୁଥିବା ଅପରିପକ୍ୱ ମୃତ୍ୟୁର ଏକ ତୃତୀୟାଂଶ ଏହି କାରଣରୁ ହିଁ ହୋଇଥାଏ । 

hiring

ଆମ ଶରୀରରେ ହୃଦୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାରଣ ଏହା ସମସ୍ତ ଅଙ୍ଗପ୍ରତ୍ୟେଙ୍ଗଗୁଡିକୁ ଅମ୍ଳଜାନ ଯୁକ୍ତ ରକ୍ତ ସହିତ ପୋଷକତତ୍ୱ ମଧ୍ୟ ଯୋଗାଇବା ସହିତ ଶରୀରରୁ ବର୍ଜ୍ୟ ବସ୍ତୁ ନିଷ୍କାସନ କରିଥାଏ । ଆମର ଦୀର୍ଘାୟୁ ଏମିତିକି ସହିତ ବଚିଂବା ରହିବା ସହିତ ସିଧାସଳଖ ସଂଯୋଗ ରହିଥିବାରୁ ହୃଦୟ ସମସ୍ୟା ସମ୍ପର୍କିତ ସାମାନ୍ୟତମ ଲକ୍ଷଣଗୁଡିକୁ ମଧ୍ୟ ଗୁରୁତର ଭାବରେ ବିଚାର କରିବା ଆବଶ୍ୟକ । ହୃଦୟ ରୋଗ ଠାରୁ ଦୂରେଇ ରହିବାକୁ ହେଲେ ସୁସ୍ଥ ରହିବା ଅତି ଜରୁରୀ, ଏକ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟଶୈଳୀ ବଜାୟ ରଖିବା, ମଦ୍ୟପାନ ଓ ସିଗାରେଟ୍ ସେବନ ଠାରୁ ଦୂରେଇ ରହିବା, ଜଙ୍କ୍ ଫୁଡ୍ ନଖାଇବା ଉଚିତ ବୋଲି ଆପୋଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ପରିଚାଳନ ଏବଂ ନିଦେ୍ର୍ଧଶକ (ମେଡିକାଲ ସର୍ଭିସେସ୍) ଡାକ୍ତର ଆଲୋକ ଶ୍ରୀବାସ୍ତଭ୍ ପ୍ରକାଶ କରିଛନ୍ତି ।

ସଂପ୍ରତି ଯେକୌଣସି ବ୍ୟକ୍ତି ହୃଦ୍ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏମିତିକି ଯୁବଗୋଷ୍ଠୀ ଓ କିଶୋର-କିଶୋରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇପାରନ୍ତି । ପିଲା ଓ କୌଶୋରମାନଙ୍କ ଠାରେ ଅଳ୍ପ ବୟସରେ ପ୍ଲଗ୍ ତିଆରି ହୋଇ ଧମନୀରେ ଜମା ହେବାର ସହ ପରବର୍ତ୍ତୀ ସମୟରେ ଏହା ଧମନୀକୁ ବନ୍ଦ କରିଦେବାର ଆଶଙ୍କା ରହିଥାଏ । ଟାଇପ୍ ଟୁ ଡାଇାବେଟିସ୍ (ମଧୁମେହ), ଓବେସିଟି (ମେଦବହୁଳତା) ଓ ଅନ୍ୟାନ୍ୟ ଧମନୀ ଜନିତ ସମସ୍ୟା ମଧ୍ୟ ଏହି ଗୋଷ୍ଠୀମାନଙ୍କ ଠାରେ ଦେଖିଯାଉଛି ବୋଲି ଡାକ୍ତର ଶ୍ରୀବାସ୍ତଭ ପ୍ରକାଶ କରିଛନ୍ତି ଏବଂ ଅଣସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଓ ମାନ୍ଦା ଜୀବନଶୈଳୀ ପ୍ରତ୍ରେକ ବୟସ ବର୍ଗର ଲୋକମାନଙ୍କ ପାଇଁ କ୍ଷତିକାରକ ବୋଲି ସେ ପ୍ରକାଶ କରିଛନ୍ତି । ଯଦି ଯୁବବର୍ଗ  ନିଜର ଖାଦ୍ୟ ଓ ଜୀବନ ଶୈଳୀ ପ୍ରତି ଯନôବାନ ନହୁଅନ୍ତି ତେବେ ସେମାନେ ଭବିଷ୍ୟତରେ କାର୍ଡିଓ ଭାସ୍କୁଲାର ଡିଜିଜ୍ରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

fifteen − 9 =