ପୁରୀ ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା

0 112

ପୁରୀ,୨୫/୯-ପୁରୀ ଗସ୍ତରେ ଆସି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ସିଂହ ଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି, କୌଳିକ ପଣ୍ଡା ସିଂହଦ୍ୱାରରେ ସ୍ୱାଗତ କରିଥିଲେ । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ପ୍ରଧାନ ବିଚାରପତି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଭାବବିହ୍ୱଳିତ ହୋଇଯାଇଥିଲେ । ପରେ ସେ ମୁକ୍ତି ମଣ୍ଡପ , ବିମଳା ମନ୍ଦିର , ଲକ୍ଷ୍ମୀ ମନ୍ଦିର ସମେତ ଅନ୍ୟ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସୁପ୍ରିମକୋର୍ଟ ପ୍ରଧାନ ବିଚାର ପତି ତାଙ୍କ ପରିବାର ଲୋକଙ୍କ ସହ ଆସିଥିବା ବେଳେ ଅନ୍ୟ ବିଚାରପତିମାନେ ମଧ୍ୟ ଆସିଥିଲେ । ପରେ ମୁଖ୍ୟ ବିଚାରପତି କଟକ ଅଭିମୁଖେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରି ଥିଲେ ।

hiranchal ad1
Leave A Reply

Your email address will not be published.

3 × three =