ସୁବର୍ଣ୍ଣପୁର,୩୧/୧୦ – ସ୍ଥାନୀୟ ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସହିଦ ପ୍ରତାପ ନାଏକଙ୍କ ସ୍ମୃତିରେ ଆୟୋଜନ ହୋଇଥିବା ଏହି ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଉଦଘାଟନ କରିଥିଲେ । ଶିବିରରେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉଭୟ ମହିଳା ଓ ପୁରୁଷ ସ୍ୱଇଚ୍ଛାରେ ରକ୍ତ ଦାନକରି ନିଜର ମହାନତାର ପରିଚୟ ଦେଇଥିଲେ । ଏହି ଶିବିରକୁ ଅନ୍ୟତମ ଅତିଥି ଭାବେ ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଡିଏମ୍ଓ ଡ଼ଃ ପ୍ରଦୀପ କୁମାର ଗୁରୁ, ଜିଲ୍ଲା କ୍ରୀଡା ସଂଘ ସଂପାଦକ ଚିତ୍ତରଞ୍ଜନ ତରାସିଆ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୂର୍ବତନ ନଗରପାଳ କଇରୁ ସ୍ୱାଇଁ, କାଉନସିଲର ପିୟୁଷ କୁମାର ପଣ୍ଡା, ଚନ୍ଦ୍ରମା ମୋଟର୍ସର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବାବୁ, ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା, କାଳୀପୂଜା କମିଟି ସଭାପତି ସୁରଜ ସାହୁ, ଉପସଭାପତି ବୁବୁନ ନାଏକ, ସଂପାଦନ ସୁରେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଉଦଘାଟନ କରିଥିବାବେଳେ ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ ଡଃ ଦୁର୍ଗାଦତ୍ତ ଦାଶ , ଟେକନିସିଆନ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଦରୱ ।ନ, ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତସଂଗ୍ରହରେ ସହଯୋଗ କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ମନବୋଧ ଭୋଇ, ଶେଷଦେବ ମେହେର, ଭକୋଡ ସ୍ୱାଇଁ, ଗୋପାଳ ବରାଇ, ସୁବାଷ ବିଶ୍ୱାଳ, ଲଡୁକିଶୋର ମଲ୍ଲିକ,ଟଙ୍କଧର କୁଅଁର, ହରିସାହୁ,ମାନସ ସେଠି,ଚନ୍ଦନ ବେହେରା ଙ୍କ ସମେତ ରାମଧୁନ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)