କୋଷାଗୁମୁଡ଼ା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

0 100

ନବରଙ୍ଗପୁର:କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୧ ଜଣଙ୍କର ଆପତ୍ତି, ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୭ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୨୪ ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା । ଏଥିରେ ବାର୍ଦ୍ଧକ୍ୟ ଭତ୍ତା, ଏନ୍‌ଆର୍‌ଇଜିଏ କାମର ବାକିଆ ପାଉଣା, କର୍ମ ନିଯୁକ୍ତି, ରାସ୍ତା ଓ ବ୍ରିଜ ନିର୍ମାଣ, ପାନୀୟ ଜଳ ପାଇଁ ଆବଶ୍ୟକ ନଳକୂପ ଖନନ, ବିଜୁଳି ସଂଯୁକ୍ତ କରଣ, ଜମି ବିବାଦର ସମାଧାନ, ଆର୍‌ଆମ, ସି ଷ୍ଟଲ ଆବଣ୍ଟନ,ଜମିଜମା ସଂକ୍ରାନ୍ତୀୟ ଇତ୍ୟାଦିର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ସ୍ମାର୍ଟ୍‌ କାର୍ଡ, ଏକ ଗୋଟି ହୁଇଲ୍‌ ଚୈର୍‌, ଏକ ଯୋଡା ଆଶାବାଡି ଦୀବ୍ୟାଙ୍ଗଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଜନ ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭେଙ୍କଟ ରେଡ୍ଡୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଜନପ୍ରତିନିଧି, ବ୍ଲକ୍‌ କର୍ମଚାରୀ ପ୍ରମୁଖ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

20 + eighteen =