ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଇ ଉଠିଛି ଦ୍ୱନ୍ଦ୍ୱ

0 54

ପୁରୀ : ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ଦିନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ । ଚନ୍ଦ୍ରଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ । ଏଣୁ ବିଧି ଅନୁଯାୟୀ ସେହି ଦିନ ସୂର୍ଯ୍ୟୋଦୟରୁ ପାକତ୍ୟାଗ ହେବ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଇ ଉଠିଛି ଦ୍ୱନ୍ଦ ଏବଂ ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ଚନ୍ଦ୍ରଗ୍ରହଣ ପାକତ୍ୟାଗ ସମୟ ୮ଟା ୨୯ ମିନିଟ ୧୪ ସେକେଣ୍ଡ ରହିଛି । ଏଣୁ ଏଭଳି ସୂଚନାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ହୋଇଛି । ତେବେ ବିଭିନ୍ନ ଜ୍ୟୋତିର୍ବିଦ ଏବଂ ଗଣନାକାରୀଙ୍କ ପକ୍ଷରୁ ଏହି ତ୍ରୁଟିକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପାକତ୍ୟାଗ ବିଧାନକୁ ଆସନ୍ତାକାଲି ଛତିଶା ନିଯୋଗ ବୈଠକରେ ପୁନର୍ବାର ନୀତି ଅନୁମୋଦନ କରାଯାଇ ସଂଶୋଧନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।
ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣକୁ ନେଇ ମଧ୍ୟ ବିଭିନ୍ନ ରାଶି ଉପରେ ରହିଛି ଶୁଭ ଓ ଅଶୁଭ ପ୍ରଭାବ । ଗଣନାକାରୀଙ୍କ ସୂଚନା ଅନୁସାରେ ଚନ୍ଦ୍ରଗ୍ରହଣ ଦିନ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ଏହି ୬ଟି ରାଶିଙ୍କ ଗ୍ରହଣ ଦର୍ଶନ ଉପରେ ଅଶୁଭ ପ୍ରଭାବ ରହିଛି ।

hiranchal ad1
Leave A Reply

Your email address will not be published.

eleven − 2 =