ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍‌

0 25

କିବ୍‌ : ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ ରୁଷ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି । ରାଜଧାନୀ କିବ୍‌ ସମେତ ଅନ୍ୟ ସହରରେ ପ୍ରାୟ ପ୍ରତିଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି । ଗତକାଲି ରାଜଧାନୀ କିବ ଉପରେ ୫ରୁ ୭ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଦେଶର ଅନ୍ୟ ସହର ଉପରେ ବି କ୍ଷେପଣାସ୍ତ୍ର ଆକ୍ରମଣ ଚାଲିଛି । ୟୁକ୍ରେନ ସରକାରଙ୍କ କହିବା ଅନୁସାରେ, ଗତ ଦୁଇଦିନରେ ସାରା ଦେଶରେ ମୋଟ ୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ତେବେ ଏହି ୫୦ଟି କ୍ଷେପଣାସ୍ତ୍ର ମଧ୍ୟରୁ କିଛି କ୍ଷେପଣାସ୍ତ୍ରକୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଟକାଇବାରେ ସକ୍ଷମ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜଧାନୀ କିବର ବିଭିନ୍ନ ପ୍ରଭାବିତ ଅଟ୍ଟାଳିକାରୁ ଧୂଆଁ ଉଠୁଥିବା ଦେଖାଯାଉଛି ଏବଂ ଏହାର ଫଳସ୍ୱରୂପ ସହରରେ ବିଦ୍ୟୁତ ସରବରାଦ ବନ୍ଦ ହୋଇଯାଇଛି । କିବ୍‌ ସହରର କିଛି ଅଂଶରେ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ।

hiranchal ad1
Leave A Reply

Your email address will not be published.

one × five =