କରୋନାରୁ ସୁସ୍ଥ ହେଲେ ସୁର, କହିଲେ ଜେଲ ଯନ୍ତ୍ରଣାଠୁ…

0 148

ଭୁବନେଶ୍ୱର: ଗତ ୧୭ ନଭେମ୍ବରରେ କରୋନାରେ ସଂକ୍ରମିତ ହୋଇଥିଲେ ବିଧାୟକ ସୁର ରାଉତରାୟ । ଉଭୟ ସୁର ଓ ତାଙ୍କ ପତ୍ନୀ ଏକାସଙ୍ଗରେ କରୋନାରେ ସଂକ୍ରମିତ ହୋଇଥିଲେ । ସୁରଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କନ୍ତୁ କରୋନା କଟକଣାର ଧଜିଆ ଉଡାଇ ସୁର ସଂକ୍ରମିତ ହୋଇଥିବା ସତ୍ତେ୍ୱ ବାହାରେ ବୁଲିଥିଲେ । ଏଥିପାଇଁ ସୁର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପରେ ସୁର ସଙ୍ଗରୋଧରେ ରହୁଥିଲେ । ଆଜି ସୁରଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ସାର୍ଟିଫିକେଟ ଦେଖାଇ ଖୁସି ବ୍ୟକ୍ତ କରିଛନ୍ତି ସୁର । ଏହାସହ ସୁର କହିଛନ୍ତି, ଜେଲ ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ ସଙ୍ଗରୋଧ ଭାବେ ଏକୁଟିଆ ହୋଇ ଘରେ ରହିବା । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଭଗବାନ ନିକଟରେ ପ୍ରାର୍ଥନା କରିଥିବା ପ୍ରତିଟି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ।

hiranchal ad1
Leave A Reply

Your email address will not be published.

twenty + seventeen =