ଡିସେମ୍ବର ପହିଲାରୁ ଏହି ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ

0 107

ମୁମ୍ବାଇ : ଆସନ୍ତା ଡିସେମ୍ବର ୧ ତାରିଖରୁ ମହାରାଷ୍ଟ୍ରରେ ସମସ୍ତ ପ୍ରାଥମିକ ସ୍କୁଲ ଖୋଲିବ । ପୂର୍ବରୁ ଗତ ଅକ୍ଟୋବର ମାସରୁ ଗ୍ରାମାଞ୍ଚଳରେ ୫ରୁ ୧୨ ଏବଂ ସହରାଞ୍ଚଳରେ ୮ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିଲା । ବର୍ତ୍ତମାନ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ୧ରୁ ୪ ଓ ସହରାଞ୍ଚଳରେ ୧ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ।

hiring

ମୁଖ୍ୟମନ୍ତ୍ରୀ, କ୍ୟାବିନେଟ କମିଟି ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଟାସ୍କ ଫୋର୍ସ ସହ ଆଲୋଚନା ପରେ ଆସନ୍ତା ପହିଲାରୁ ସବୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକୱାଡ ପ୍ରକାଶ କରିଛନ୍ତି । ତେବେ ସ୍କୁଲ ଖୋଲିବା ସଂକ୍ରାନ୍ତ ଏସ୍‌ଓପି ଦିନେ ଦୁଇଦିନ ଭିତରେ ଜାରି କରାଯିବ । କିନ୍ତୁ କୋଭିଡ କଟକଣା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରେଣୀକୁ ଆସିବାକୁ ପିଲାଙ୍କୁ ବାଧ୍ୟତାମୂଳକ କରାଯିବ ନାହିଁ । ତା’ଛଡା ସ୍କୁଲ ଆସୁଥିବା ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର କରିବା ଭଳି କିଛି ନିୟମକୁ ବାଧ୍ୟତାମୂଳକ ଭାବେ ମାନିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

3 × five =