କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକାକରଣ ରଥ

0 66

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକା ସଚେତନତା ରଥ । ଯେ ଏସଆଇ, ଏଚ ଏଲ ପିପି ଟି ଆନୁକୂଲ୍ୟରେ ଏହି ରଥ ଫୁଲବାଣୀ ସହରର ବିଭିନ ଅଂଚଳରେ ବୁଲି ସଚେତନ କରିବ । ଲକ୍ଷ ରହିଛି ଜିଲାରେ ୧୦୦ ଶତକଡା ଟୀକା ଦାନ କରିବା । ଜିଲ୍ଲାରେ ପ୍ରଥମ ଡୋଜ ଟୀକା କରଣ ଏବଂ ଦ୍ୱିତୀୟ ଡୋଜ ଟିକାକରଣ ହାର ଭଲ ରହିଛି ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାଇ ଜିଲ୍ଲାରେ କିଭଳି ଟିକାକରଣଙ୍କୁ ବୃଦ୍ଧି କରାଯାଇପାରିବ ସେନେଇ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ୧୨ ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ୯୬ ଶତକଡା ଟିକା ନେଇଥିବାବେଳେ ଦ୍ୱିତୀୟ ଡୋଜ ଟିକା ୫୧ ପ୍ରତିଶତ ନେଇଛନ୍ତି ଯାହାଫଳରେ ଓମିକ୍ରନ ଭୁତାଣୁକୁ ମୁକାବିଲା କରିବାକୁ ହେଲେ ଦ୍ୱିତୀୟ ଡୋଜ ଟିକାକରଣକୁ ବଢାଇବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏନେଇ ପ୍ରତ୍ୟେକ ଦିନ ପାଖା ପାଖି ୯ ଘଣ୍ଟା ପର୍ଯ୍ୟନ୍ତ ଟିକାକରଣ କରାଯାଉଥିବା କୁହାଯାଇଛି ।

hiring

ଭିସି ମାଧ୍ୟମରେ ସମସ୍ତ ମେଡ଼ିକାଲରେ ଡାକ୍ତର ମାନଙ୍କୁ ଅଧିକ ଟିକାକାରଣ ଉପରେ ଗୁରୁତ୍ୱ ଦେଇଥିଲେ । ଜିଲାର ସମସ୍ତ ୧୨ ଟି ବ୍ଲକର ପିଏଚସି , ସିଏଚସି ସେଣ୍ଟର ଅଧିକାରୀ ମାନଙ୍କ ସହ ଭିସି ଯୋଗେ ଆଲୋଚନା କରାଯାଇଛି । ସେପଟେ ପ୍ରଥମ ଡୋଜ ନେଲାପରେ ୮୪ ଦିନ ଗ୍ୟାପ ରହୁଥିବାରୁ ଅଧିକାଂଶ ଲୋକ ଦ୍ୱିତୀୟ ଡୋଜ ନେବାକୁ ଲୋକେ ଭୁଲିଯାଉଥିବା ଲକ୍ଷ୍ୟ କରାଯାଉଛି । ଏହାସହିତ ଜିଲ୍ଲାରେ ଧାନକଟା ସମୟ ଏବଂ ପ୍ରବଳ ଶୀତ ହେତୁ ଅଧିକାଂଶ ଲୋକେ ଟିକାନେଇ ନାହାନ୍ତି, ସେମାନଙ୍କୁ ତୁରନ୍ତ କିପରି କିଭଳି ଟିକାକରଣ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ୱ ଦିଆଯାଇଛି । ଆଜି ଜିଲ୍ଲା ପ୍ରଶାସନ ତରଫରୁ ଦୁଇଟି ସଚେତନତା ରଥ ମାଧ୍ୟମାରେ ଗାଁ ଗହଳି ଗୁଡିକରେ ସଚେତନ କରି ଟିକା କା ଦାନ ପ୍ରକ୍ରିୟା ଚାଲୁ ରଖିବେ ବୋଲି କହିଛନ୍ତି ଜିଲା ଚିକିତ୍ସା ଅଧିକାରୀ ।

hiranchal ad1
Leave A Reply

Your email address will not be published.

ten − 7 =