ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କଲା ଜିଲ୍ଲା ପ୍ରଶାସନ

0 121

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସେ ଅନୁସାରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ ପ୍ରସ୍ତୁତି କରିଛନ୍ତି । ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ରବିବାର ୨ ତାରିଖ ଠାରୁ ଜିଲ୍ଲାପାଳ ଅନୁପମ ସାହା ଜାରି କରି ଥିବା ଗାଇଡ଼ ଲାଇନ ଅନୁସାରେ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ ଡ଼ାଉନ ରହିବ । ମାସର ସବୁଦିନ ରାତି ୯ ଟା ଠାରୁ ସକାଳ ୫ପର୍ଯ୍ୟନ୍ତ କର୍ଫ୍ୟୁ ଜାରୀ ରହିବ । ସକାଳ ୫ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ,ପ୍ରଶିକ୍ଷଣ, କୋଚିଂ ସେଣ୍ଟର, ଅଙ୍ଗନବାଡି ସେଣ୍ଟର, ଧାର୍ମିକ ଅନୁଷ୍ଠାନ,ସିନେମା ହଲ, ଥିଏଟର, ସପିଙ୍ଗ ମଲ, ପାର୍କ, ଅଡିଟରିୟମ, ସୁଇମିଂପୁଲ ବନ୍ଦ ରହିବ । ଖବରକାଗଜ ବିତରକ ମାନେ ସକାଳ ୫ ଟା ରୁ ୮ଘଣ୍ଟା ପର୍ଯ୍ୟନ୍ତ ବିତରଣ କରି ପାରିବେ । ବାହାଘରରେ ୫୦ ରୁ ଅଧିକ ଲୋକଙ୍କ ସମାଗମକୁ ବାରଣ, ଶବ ସତ୍କାର ସକାଶେ ୨୦ରୁ ଅଧିକ ଲୋକଙ୍କ ସମାବେଶ ହୋଇ ପାରିବେ ନାହିଁ । ଜନସାଧାରଣ ସମାବେଶ ବାରଣ, ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହଁ । ସମସ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ରହିବ । ଯୋଗ କେନ୍ଦ୍ର, ବ୍ୟାୟାମ ସାଳା ଚାଲୁ ରହିବ । ସର୍ବସାଧାରଣ ଉପଯୋଗୀ ତେଲ ଗ୍ୟାସ ବିଜୁଳି, ଜଳପରିମଳ, ଆବର୍ଜନା ପରିଚାଳନା, ବ୍ୟାଙ୍କ, ବୀମା କମ୍ପାନୀ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ, ସମବାୟ ସଂସ୍ଥା, ସମସ୍ତ ସ୍ୱାସ୍ଥ୍ୟ ସେବାଜନିତ କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ପଶୁଚିକିତ୍ସା ରାଜପଥରେ ଥିବା ଢାବା ଓ ମରାମତି ଦୋକାନ, ଆର୍ଥିକ ଏବଂ ଜୀବିକା ଜନିତ କାର୍ଯ୍ୟ କୃଷି ଉଦ୍ୟାନ ଭିତ୍ତିକ କାର୍ଯ୍ୟ ମତ୍ସ୍ୟ ସମ୍ବନ୍ଧୀୟ କାର୍ଯ୍ୟ ଅନଲାଇନ ଶିକ୍ଷା, ଦୂରଶିକ୍ଷା ଚାଲୁ ରହିବ, ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ, ଖଣି ଓ ଶିଳ୍ପ ପରିଚାଳନା, ବିଭିନ୍ନ ସେବା ଯୋଗାଇବା ୟୁନିଟ,ଦ୍ରବ୍ୟ ପରିଚାଳନା କରୁଥିବା ଖାଲି ଓ ଭାରି ଯାନର ଚଳପ୍ରଚଳ ହୋଇ ପାରିବ, ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବାଣିଜ୍ୟ ଏବଂ ଘରୋଇ ଅନୁଷ୍ଠାନ ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଖାଦ୍ୟ, ମିଠା, ଗ୍ରୋସରି, ବ୍ରେକେରି ଫଳ ପନିପରିବା ପଶୁ ଜାତ ଦ୍ରବ୍ୟ ସକାଳ ୫ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ଏହା ସଙ୍ଗେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

hiranchal ad1
Leave A Reply

Your email address will not be published.

1 × 2 =