ଟେଷ୍ଟ ଖେଳିବା ପାଇଁ ଯଥେଷ୍ଟ ଧୈର୍ଯ୍ୟ ରହିଛି

0 52

ଗୁର୍‌ଗାଓଁ : ଟେଷ୍ଟ ଡେବ୍ୟୁ ପାଇଁ ଭାରତୀୟ ସ୍ପିନର ଜୁଜୁବେନ୍ଦ୍ର ଚହଲ୍‌ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲେଣି । ଦୀର୍ଘ ସାଢେ଼ ତିନି ମାସ ଧରି କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର କ୍ରୀଡ଼ା ଗତିବିଧି ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି । ତେବେ ଗତ କିଛିଦିନ ହେଲା ସେ ପଡ଼ିଆକୁ ଆସୁଛନ୍ତି ଏବଂ ଅଭ୍ୟାସ କରୁଛନ୍ତି । ଟେଷ୍ଟ ଖେଳିବା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଟେଷ୍ଟ ଖେଳିବା ଲାଗି ଯେଉଁ ଧୈର୍ଯ୍ୟ ଓ ଦକ୍ଷତା ଆବଶ୍ୟକ ତାହା ତାଙ୍କ ପାଖରେ ରହିଛି ବୋଲି ଚହଲ କହିଛନ୍ତି । ସାକ୍ଷାତକାର ଅବସରରେ ୩୦-ବର୍ଷୀୟ ଚହଲ କହିଛନ୍ତି ଯେ, ସେ ବର୍ତ୍ତମାନ ପ୍ରତିଦିନ ପଡ଼ିଆକୁ ଯାଇ ଅଧିକ ଓଭର ବୋଲିଂ କରୁଛନ୍ତି । ପ୍ରତିଦିନ ସକାଳେ ଅତିକମ୍‌ରେ ଦୁଇ/ତିନି ଘଣ୍ଟା ପରିଶ୍ରମ କରୁଛନ୍ତି । ତେବେ ମଝିରେ ମଝିରେ ବିଶ୍ରାମ ନେଉଛନ୍ତି । ଦିନିକିଆ ଓ ଟି-୨୦ର ଲୋକପ୍ରିୟତା ବୃଦ୍ଧି ପାଉଥିଲେ ମଧ୍ୟ ଟେଷ୍ଟର ସ୍ୱତନ୍ତ୍ରତା ରହିଛି । ପ୍ରତ୍ୟେକ ଖେଳାଳି ନିଜକୁ ସବୁ ଫର୍ମାଟରେ ଖାପ ଖୁଆଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଟେଷ୍ଟରେ ଅଧିକ ଧୈର୍ଯ୍ୟ ଦରକାର । ତାହା ତାଙ୍କ ପାଖରେ ଯଥେଷ୍ଟ ମହଜୁଦ୍‌ ଅଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 7 =