ବୌଦ୍ଧ ଜିଲ୍ଲା ସହ ପଟାଭାଡି ଲିଙ୍କ୍‌, ନାରାୟଣନଗରରେ କୋକୁଆ ଭୟ !

0 2,752

ବୌଦ୍ଧ : ଗତକାଲି ସୋନପୁର ପଟାଭାଡି ଅଂଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଉଭୟେ ସ୍ୱାମୀସ୍ତ୍ରୀ ଓ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ନାରୟଣନଗର ଗ୍ରାମକୁ ଗତ ସପ୍ତାହରେ ଆସି ପାଞ୍ଚ ଦିନ ରହି ଶନିବାର ପଟାଭାଡି ଫେରି ସୋମବାର ପଜିଟିଭ ଚିହ୍ନଟ ହୋଇଥିବା ହେତୁ ନାରାୟଣନଗରରେ ତାଙ୍କ ସହ ମିଶିଥିବା ଲୋକେ ଆତଙ୍କିତ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୋନପୁରରେ ପଜିଟିଭ ଚିହ୍ନଟ ହୋଇଥିବା ଉଭୟ ଦମ୍ପତି ଅଜାଙ୍କ ବାର୍ଷିକ ଶ୍ରାଦ୍ଧକୁ ଯୋଗ ଦେବାକୁ ପଟାଭାଡିରୁ ଆସି ନାରାୟଣ ନଗର ଗ୍ରାମରେ ୪/୫ ଦିନ ଅବସ୍ଥାନ କରିଥିଲେ । ପରିବାର ଓ ବନ୍ଧୁବର୍ଗ ଏବଂ ଗ୍ରାମବାସୀ ମାନଙ୍କ ସହିତ ମିଳାମିଶା କରିଛନ୍ତି । ସେମାନେ ଶନିବାର ଦିନ ପଟାଭାଡି ଫେରି ସୋମବାର ପଜିଟିଭ ଚିହ୍ନଟ ହୋଇଥିବା ହେତୁ ସମସ୍ତଙ୍କ ମନରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ କୌଣସି ପଦକ୍ଷେପ ତୁରନ୍ତ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଆବଶ୍ୟକ ହେଲେ ଦମ୍ପତ୍ତି ଆସି ରହିଥିବା ଦୈନିକ ମାର୍କେଟ ସାହିକୁ ତୁରନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି କଣ୍ଟାକ୍ଟ ଟ୍ରେସିଂ କରାଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

fifteen − 11 =