ସମ୍ବଲପୁରରେ ପୁଣି ନୂଆ ୮୨ ଜଣ ପଜିଟିଭ ଚିହ୍ନଟ

0 196

ସମ୍ବଲପୁର: ପ୍ରଶାସନିକ ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ନେଇ ଏପର୍ଯ୍ୟନ୍ତ ମୋଟ ଚିହ୍ନଟ ସଂଖ୍ୟା ୭୫୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ମୃତ ଓ ୨୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୨୦ ଜଣ ସକ୍ରିୟ ପଜିଟିଭଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ପରିତାପର ବିଷୟ ଯେ ଏଠାରେ ସ୍ଥିତି ଏପରି ସଙ୍କଟାପନ୍ନ ସତ୍ତ୍ୱେ ଜନସାଧାରଣଙ୍କ ମନରେ ଟିକିଏ ହେଲେ ଚିନ୍ତା ରହିଲା ପରି ଜଣାପଡୁ ନାହିଁ । ରାସ୍ତାଘାଟ ଓ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଆଗପରି ଜାରି ରହିଛି । ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରିବା ପ୍ରତି କାହାରି ନିଘା ନାହିଁ । ଏପରି କି ବିନା ହେଲମେଟ ଓ ବିନା ମାସ୍କ ସହିତ ତିନି ଜଣ ଏକାସାଙ୍ଗରେ ଗୋଟିଏ ବାଇକରେ ଯିବାଆସିବା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଅମାନିଆଙ୍କୁ ଆକଟ କରିବା ପାଇଁ ପୁଲିସ ପ୍ରମୁଖ ସ୍ଥାନମାନଙ୍କରେ ଯାଞ୍ଚ ଓ ଜୋରିମାନା ଆଦାୟ ଅଭିଯାନ କାର୍ଯ୍ୟକ୍ରମ ଜାରି ରଖିଛି । ସ୍ଥାନୀୟ ଜିଲ୍ଲା ସ୍କୁଲ ସାମ୍ନା ସ୍ଥିତ ଅବଦୁଲ କଲାମ ଛକରେ ଆଜି ପୁଲିସର ଏପରି ଅଭିଯାନରେ ଅନେକ ଅମାନିଆ ଧରାପଡ଼ି ଜୋରିମାନା ଗଣିଛନ୍ତି ।

hiranchal ad1
Leave A Reply

Your email address will not be published.

two × four =