ଅନଲାଇନ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ନେବେ ତାଲିମ୍‌

0 145

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ପରଠାରୁ ସ୍କୁଲ, କଲେଜ ବନ୍ଦ ରହିଛି । ରଜ ପରେ ସ୍କୁଲ ସ୍ୱାଭାବିକ ଭାବରେ ଆରମ୍ଭ ହେଉଥିଲେ ମଧ୍ୟ ମହାମାରୀ କରୋନା ସଂକଟ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲକଲେଜକୁ ବନ୍ଦ ରଖାଯାଇଛି । ଆସନ୍ତା ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବେ ସ୍କୁଲକଲେଜ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ କାଳରେ ଏଥିରେ ପରିବର୍ତ୍ତନ ହେବ କି ନା ତାହା ବର୍ତ୍ତମାନଠାରୁ କୁହାଯାଇପାରୁନଥିଲେ ମଧ୍ୟ ଅନଲାଇନରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ କେତେକ ଶିକ୍ଷକ ଅନଲାଇନ ଶିକ୍ଷାଦାନ ବେଳେ କଂପ୍ୟୁଟରଗତ ପରିଚାଳନା ତ୍ରୁଟି ପାଇଁ ଭୁଲ ଭଟକା କରୁଥିବା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଅନଲାଇନରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ କିପରି ଉପଯୁକ୍ତ ଭାବରେ ନିଜକୁ ଫିଟ୍‌ କରାଇପାରିବେ ସେଥିପାଇଁ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ସେ କହିଛନ୍ତି ଯେ, ୧୦୧ ଉକ୍ରୃର୍ଷ ବିଦ୍ୟାଳୟରୁ ୨ଜଣ ଲେଖାଏଁ ଶିକ୍ଷକଙ୍କୁ ତାଲିମ ଦିଆଯିବ । ଏହା ବ୍ୟତୀତ ୩୦ଟି ଯୁକ୍ତଦୁଇ କଲେଜର ଶିକ୍ଷକମାନେ ମଧ୍ୟ ତାଲିମ ନେବେ । ଆସନ୍ତା ୪ ତାରିଖରୁ ୫ଦିନ ପାଇଁ ଶିକ୍ଷକମାନଙ୍କୁ ୨ଘଣ୍ଟିଆ ତାଲିମ ଦିଆଯିବ । ପ୍ରକାଶଥାଉକି, ଗତ ଦୁଇଦିନ ତଳେ କଟକର ଜଣେ ପ୍ରଧାନଶିକ୍ଷକ ୫ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଶିକ୍ଷାଦାନ ବେଳେ ଅଶ୍ଳିଳ ଚିତ୍ର ଓ ଭିଡିଓ ଅପଲୋଡ ହୋଇଯାଇଥିଲା । ଏହାକୁ ନେଇ ଅଭିଭାବକମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =