ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ

0 40

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ଆୟୋଜନ ହେବ ନାହିଁ। ଏଥିସହ ଦୀପାବଳି ଅବସରରେ ଉପହାର କିମ୍ବା ଫୁଲତୋଡ଼ା ନେଇ ମୁଖ୍ୟମନ୍ତ୍ରୀ ନିବାସକୁ ନ ଆସିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

hiring

ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢ଼ାଇବା ସହ ସେମାନଙ୍କ ଦୁଃଖରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କୁ ସହଯୋଗ କରିବା ହିଁ ଏହି ସମୟରେ ସବୁଠାରୁ ବଡ଼ ମାନବିକତାର ପରିଚୟ। ତେଣୁ ଚଳିତ ବର୍ଷ ଦୀପାବଳିକୁ ଆଡ଼ମ୍ବରରେ ପାଳନ ନକରି ବିପନ୍ନଙ୍କ ସହ ଏକାତ୍ମତା ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଏକ ସମ୍ବେଦନଶୀଳ ପଦକ୍ଷେପ ଭାବେ ଦେଖାଯାଉଛି।

hiranchal ad1
Leave A Reply

Your email address will not be published.

five × one =