ଆଜି ବୌଦ୍ଧରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ, ପ୍ରଶାସନକୁ ମିଳିନି ସୂଚନା !

0 2,273

ବୌଦ୍ଧ,୫/୮ – ଆଜି ବୌଦ୍ଧଜିଲ୍ଲାରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବୌଦ୍ଧଜିଲ୍ଲାରେ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭକୁ ମିଶାଇଲେ ସଂକ୍ରମିତ ସଂଖ୍ୟା ୧୫୨ ହେବା କଥା କିନ୍ତୁ ରାଜ୍ୟ ସରକାର ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ କୌଣସି ତଥ୍ୟ ଦେଇନଥିବାରୁ ଆଜିର ଆକ୍ରାନ୍ତ ପୂର୍ବର ନା ନୁଆଁ ତାହା ଜଣା ପଡି ପାରିନାହିଁ । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ କହିବା ଅନୁସାରେ ଆଜିର ଆକ୍ରାନ୍ତ ବୌଦ୍ଧଜିଲ୍ଲାର ଅଧିବାସୀ ହୋଇଥାଇ ପାରନ୍ତି ଓ ସେ ବାହାରେ କୋଉଠି ପରୀକ୍ଷା କରାଇ ଚିହ୍ନଟ ହୋଇଥିବେ । ସେହିପରି ବୌଦ୍ଧଜିଲ୍ଲାରେ ସ୍ୱାବ ନମୂନା ପରୀକ୍ଷା ପାଇଁ ଦେଇ ଯେଉଁ ଦୁଇଜଣ କୁଆଡେ ଚାଲି ଯାଇଥିଲେ ସେଥିମଧ୍ୟରୁ ଜଣେ ଆସି କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ଓ ଅନ୍ୟଜଣକ ଆଉଥରେ କୋଉଠି ଯଦି ପରୀକ୍ଷା କରିଥିବେ ତାହା ବି ହୋଇ ପାରେ ଏବଂ ଆମେ ରାଜ୍ୟକୁ ସେ ସମ୍ପର୍କରେ ତଥ୍ୟ ମାଗିଛୁ ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + 20 =