ଲଦାଖ : ଲଦାଖରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ର ସୈନିକମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତର ଯବାନ୍ମାନେ ତାହାକୁ ସଫଳତାର ସହ ବ୍ୟର୍ଥ କରିଛନ୍ତି । ଉତ୍ତେଜନା ଦେଖାଦେଇଥିବାରୁ ସୀମାନ୍ତରେ ଭାରତ ଯୁଦ୍ଧ ଟ୍ୟାଙ୍କ ମୁତୟନ କରିଛି । ସୀମା ଆରପଟେ ଚୀନ୍ ମଧ୍ୟ ଟ୍ୟାଙ୍କ ମୁତୟନ କରିଛି । ତେଣୁ ସୀମାରେ ଦୁଇ ଦେଶ ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି । ଏହାକୁ ଆଖି ଆଗରେ ରଖି ଭାରତ ଚୀନ୍କୁ ଦୃଢ଼ ଜବାବ ଦେବା ଲାଗି ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି ଜଣେ ସେନାଧିକାରୀ ସୂଚନା ଦେଇଛନ୍ତି ।
ଭାରତ-ଚୀନ୍ ସୀମାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଦୁଇ ଦେଶର ସେନା ମଧ୍ୟରେ ଦ୍ୱିତୀୟ ଥର ସଂଘର୍ଷ ହେବା ପରେ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ଅବସ୍ଥା ଗମ୍ଭୀର ହୋଇ ରହିଛି । ମଙ୍ଗଳବାର ବ୍ରିଗେଡ୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଜାରି ରହିଥିବା ବେଳେ ଦୁଇ ଦେଶର ସେନା ପକ୍ଷରୁ ଗୁଳି ଚାଳନା ଦୂରତାରେ ଟ୍ୟାଙ୍କ ମୁତୟନ କରାଯାଇଛି । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର ସ୍ଥିତାବସ୍ଥା ଭାଙ୍ଗିବା ଉଦ୍ୟମ କରିବା ପରେ ଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟକୁ ଅକ୍ତିଆର କରିଥିଲା ।
Sign in
Sign in
Recover your password.
A password will be e-mailed to you.
Next Post