ଶାରିରୀକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ଡେପୁଟି କଲେକ୍ଟରଙ୍କ ପତ୍ନୀ

0 1,416

ବୌଦ୍ଧ,୨୮/୯ – ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶରତ ବାଗଙ୍କ ନାମରେ ଶାରିରୀକ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ତାଙ୍କର ପତ୍ନୀ ଦଲିୟା ଦେବନାଥ । ସ୍ୱାମୀଙ୍କ ନାମରେ ପରକୀୟା ପ୍ରୀତି ଅଭିଯୋଗ କରିବା ସହ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଗତକାଲି ଝାରସୁଗୁଡା ଥାନା ବିଟିଏମ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଶରତ ବାଗ ଓ ତାଙ୍କର କିଛି ସମ୍ପର୍କୀୟ ତାଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଏଫ. ଆଇ.ଆର. ରେ ଉଲ୍ଲେଖ କରିଛନ୍ତି । ସେ ଗତକାଲି ଝାରସୁଗୁଡା ପୋଲିସ୍‌ ଏସ. ପି.ଙ୍କ ନିକଟରେ ମୌଖିକ ଅଭିଯୋଗ ପରେ ବି.ଟି.ଏମ. ଫାଣ୍ଡିରେ ଲିଖିତ ଏତାଲା ଦେଇଥିଲେ । ପୋଲିସ୍‌ ଅଭିଯୁକ୍ତଙ୍କ ନାମରେ ଧାରା ୪୯୮ (ଇ), ୩୨୩, ୨୯୪,୫୦୬, ୩୭୯, ୩୪ ଏବଂ ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଥିବା ଜଣାପଡିଛି । ପତ୍ନୀଙ୍କ ଅଭିଯୋଗ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଡେପୁଟି କଲେକ୍ଟର ଶରତ ବାଗ କହିଛନ୍ତି ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଅଟେ । ଅଭିଯୋଗର ତଦନ୍ତ କରାଗଲେ ସତ ନିଶ୍ଚୟ ଜଣାପଡିବ ବୋଲି ଶ୍ରୀ ବାଗ୍‌ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − six =