ରାସ୍ତାରୁ ପାଇଥିବା ଟଙ୍କା ଫେରାଇଲେ ଯୁବକ

0 4,156

ବୌଦ୍ଧ /ଜହ୍ନାପଙ୍କ,୨୮/୯ – ଦୁନିଆକୁ ଯେତେ ସ୍ୱାର୍ଥପର ବୋଲି ଆମେ କହିଲେ ମଧ୍ୟ ଏବେବି କିଛିଲୋକଙ୍କ ନିକଟରେ ମଣିଷପଣିଆଁ ରହିଛି । ଜହ୍ନାପଙ୍କ ଗ୍ରାମର ପ୍ରକାଶ ବାରିକ ଓ ବିଭୀଷଣ ପ୍ରଧାନ ସାଙ୍ଗ ହୋଇ ଯାଉଥିବାବେଳେ ଜହ୍ନାପଙ୍କ – ଖମାରୀପଡା ରାସ୍ତାର ମଦଭାଟି କେନାଲ ପୋଲ ନିକଟରୁ ଗତ ୨୫ ତାରିଖ ଦିନ ୬ ଗୋଟି ୫୦୦ ଟଙ୍କିଆ ନୋଟ ପାଇଥିଲେ । କୌଣସି ବ୍ୟକ୍ତିଙ୍କ ନିକଟରୁ ପଡି ଯାଇଥିବା ଭାବି ପାଖରେ ରଖିଥିଲେ । ଟଙ୍କା ପ୍ରକୃତରେ କାହାର ଓ କେମିତି ଫେରାଇବେ ଉଭୟେ ଚିନ୍ତିତ ହୋଇପଡିଲେ । ଉପଯୁକ୍ତ ପ୍ରମାଣ ଦେଇ ପଡିଥିବା ଟଙ୍କାର ପ୍ରକୃତ ଅଧିକାରୀ ତାଙ୍କ ନିକଟରୁ ନେଇ ଯିବାକୁ ଅନୁରୋଧ କରି ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କଲେ । ସାମାଜିକ ଗଣମାଧ୍ୟମରୁ ସୂଚନା ପାଇ ଆଜି ସକାଳେ ୩ ହଜାର ଟଙ୍କାର ପ୍ରକୃତ ଅଧିକାରୀ ପଦ୍ମନପୁର ଗ୍ରାମର ବାଦଲ ମହାନନ୍ଦିଆ ପ୍ରକାଶ ଓ ବିଭୀଷଣଙ୍କ ନିକଟରେ ପହଞ୍ଚି ନିଜ ଟଙ୍କା ନେଇଥିବା ଜଣାପଡିଛି ।
୩ ଦିନ ତଳେ ହଜାଇ ଦେଇଥିବା ଟଙ୍କାକୁ ଆଉ ଫେରି ପାଇବାର ଆଶା ହରାଇଥିବା ବାଦଲ୍‌ ଟଙ୍କା ଫେରିପାଇ ସେମାନଙ୍କୁ କୃତଜ୍ଞତା ଜଣାଇଥିବାବେଳେ ଉଭୟ ସଚ୍ଚୋଟପଣିଆଁ ଦେଖାଇ ପାଇଥିବା ଟଙ୍କା ଫେରାଇ ଥିବାରୁ ଜନସାଧାରଣରେ ତାଙ୍କର ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen + seventeen =