ସମ୍ବଲପୁର ଜିଲ୍ଲାରେ ପୁଣି ୧୨୦ଜଣ ନୂଆ ପଜିଟିଭ ଚିହ୍ନଟ

0 86

ସମ୍ବଲପୁର,୨୮/୯- ଲଗାତାର ତିନିସପ୍ତାହ ହେଲା ସମ୍ବଲପୁର ଜିଲ୍ଲାରେ ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶତାଧିକ ରହିଆସୁଛି ଓ ବର୍ତ୍ତମାନ ଏପରି ଭାବରେ କରୋନା ଅଣାୟତ୍ତ ହୋଇ ସମସ୍ତଙ୍କ ଚିନ୍ତା ବଢାଉଛି । ବିଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ୧୨୦ଜଣ ନୂତନ ଭାବେ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରକାଶ । ଏମାନଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୩ରେ ଯାଇ ପହଞ୍ଚିଛି । ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ଏମାନଙ୍କ ମଧ୍ୟରୁ ୭୮.୬୧ ପ୍ରତିଶତ ସୁସ୍ଥହୋଇ ଘରକୁ ଫେରିବା ସହିତ ୦.୪୦ପ୍ରତିଶତ ମୃତ୍ୟୁମୁଖରେ ପଡିବା ପରେ ବାକି ୨୧ପ୍ରତିଶତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେବଳ ସମ୍ବଲପୁର ନଗରୀୟ ଅଞ୍ଚଳରେ ଗତକାଲି ରବିବାର ଦିନ ୩ ଜଣଙ୍କ ମୃତ୍ୟୁ ହୋଇଛି କିନ୍ତୁ ଏବିଷୟରେ ଜିଲ୍ଲା ପ୍ରଶାସନ ନିରବ ରହିଛି । ସମଗ୍ର ଜିଲ୍ଲାରେ ଦୈନିକ ମୃତ୍ୟୁହାର ୭/୮ ରହି ଆସୁଛି ଓ ଏପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଲୋକେ କହୁଛନ୍ତି, ଯଦିଓ ପ୍ରଶାସନିକ ସୂଚନାରେ ଏହା ୨୨ ରେ ସୀମିତ ରଖାଯାଇଛି । ଲୋକଙ୍କ ଅଭିଯୋଗ ଅନୁସାରେ କରୋନା ଯୋଗୁଁ ମୃତ୍ୟୁକୁ ନିୟନ୍ତ୍ରଣ ରେ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଫଳ ରହିଛି, ତେଣୁ ପ୍ରାଣପଣେ ତଥ୍ୟ ଲୁଚାଯାଉଛି ।

hiranchal ad1
Leave A Reply

Your email address will not be published.

four × four =