ଆମ୍ବଝରୀ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

0 912

hiring

ବୌଦ୍ଧ/ବାଉଁଶୁଣି ,୧୪/୧୦- ବିଭିନ୍ନ ଦୁର୍ନୀତି ଓ ଅବହେଳାର ଅଭିଯୋଗ କରି ବୌଦ୍ଧ ବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ସମିତିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି l ସଦସ୍ୟ ମାନଙ୍କ ଅଭିଯୋଗ ଅନୁଯାୟୀ ଆମ୍ବଝରୀ ସେବା ସମବାୟ ସମିତିର କାର୍ଯ୍ୟାଳୟ ନିର୍ମାଣ ପାଇଁ ଆସିଥିବା ସରକାରୀ ଅନୁଦାନର ଅର୍ଥ ଉଠାଣ କରି ପ୍ରାୟ 18 ମାସ ନିଜ ପାଖରେ ରଖି ସମ୍ପାଦକ କାମ ଆରମ୍ଭ କରିନାହାନ୍ତି l ଅଭିଯୋଗ ହେବା ପରେ କିଛି ଟଂକା ସମିତିର ଜମା ଖାତାରେ ବାନ୍ଧିଦେଇ ବର୍ତ୍ତମାନ ସମିତିର ନିଜସ୍ବ ଜମିରେ କିଭଳି କାର୍ଯ୍ୟାଳୟ ନିର୍ମାଣ ହେବ ନାହିଁ ସେଥିପାଇଁ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ବିବାଦ ସୃଷ୍ଟି କରାଉଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି l ବାରମ୍ବାର ସମ୍ପାଦକଙ୍କ ଦୁର୍ନୀତି ଓ ଅବହେଳା ସମ୍ପର୍କରେ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ସମ୍ପାଦକଙ୍କୁ ଘଣ୍ଟ ଘୋଡାଉଥିବାରୁ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମବାୟ ମନ୍ତ୍ରୀ, ସଚିବ, ନିବନ୍ଧକ ଓ 5ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି | ସମ୍ପାଦକଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅଭିଯୋଗକାରୀ ମାନେ ଅଦାଲତର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିବା ସେମାନେ ପ୍ରକାଶ କରିଛନ୍ତି |

hiranchal ad1
Leave A Reply

Your email address will not be published.

17 + 14 =