ଜାତି ଛଡ଼ାଇ ନେଲା ରକ୍ତ ସମ୍ପର୍କ !

0 1,528

ବୌଦ୍ଧ,୧୪/୧୦ – ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶବକୁ ବି ଛୁଇଁବା ପାଇଁ ମନାକଲେ ଭାଇ ବନ୍ଧୁ ଓ ରକ୍ତ ସମ୍ପର୍କୀୟ l ଶେଷରେ 30 କିଲୋମିଟର ଦୁର ବୌଦ୍ଧ ସହରରୁ ଯାଇ ଶବ ସଂସ୍କାର କଲେ ଯୁବ ସ୍ବେଚ୍ଛାସେବୀ ମାନେ l ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଂଚଳରେ l ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକଟକ ଗ୍ରାମର ଗଣପତି ନଗରରେ ରହୁଥିବା ସିଦ୍ଧେଶ୍ୱର କହଁର(47 ) ଗତ ଏକ ବର୍ଷ ହେବ କିଡନୀ ରୋଗରେ ପୀଡିତ ଥିଲେ l ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଂକର ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା | ତାଂକର ସ୍ତ୍ରୀ ମହାପ୍ରୟାଣ ଗାଡ଼ିରେ ସ୍ବାମୀଙ୍କ ମୃତ ଦେହ ଧରି ଘରେ ପହଂଚିଥିଲେ l ସିଦ୍ଧେଶ୍ୱର ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ଭାଈ, ବନ୍ଧୁବର୍ଗ ଓ ରକ୍ତ ସମ୍ପର୍କୀୟ ଶବକୁ ଛୁଇଁବାକୁ ମନାକଲେ l ଅନେକ ସମୟ ଧରି ଘର ସାମ୍ନାରେ ପଡି ରହିଲା ଶବ l ସେ ଅଂଚଳର ଜଣେ ଶିକ୍ଷକଙ୍କ ଠାରୁ ସୂଚନା ପାଇ ବୌଦ୍ଧ ସହର ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର ସଦସ୍ୟ ରାମଚନ୍ଦ୍ର ମେହେର, ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର 30 କିଲୋମିଟର ଦୁର ପୁରୁଣାକଟକରେ ପହଂଚିଥିଲେ l ସ୍ଥାନୀୟ ଜଣେ ଅଟୋ ଚାଳକ ରବି ନାରାୟଣ ସାହୁ ଓ ସୂଚନା ଦେଇଥିବା ଶିକ୍ଷକଙ୍କ ସହାୟତାରେ ଶବକୁ ନେଇ ସ୍ଥାନୀୟ ଶ୍ମଶାନରେ ସଂସ୍କାର କରାଇଥିଲେ l ଶବ ଛୁଇଁବା ପାଇଁ ରକ୍ତ ସମ୍ପର୍କୀୟ ମନା କରିଥିବା ବେଳେ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗକୁ ଜନସାଧାରଣରେ ପ୍ରଶଂସା କରାଯାଉଛି l

hiranchal ad1
Leave A Reply

Your email address will not be published.

thirteen − two =