ବାଉଁଶୁଣୀ ହାଇସ୍କୁଲ ପଡ଼ିଆରେ ରାତିରେ ଚାଲୁଛି ମଦୁଆ ଙ୍କ ରାଜ। ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡାସ୍ଥଳି
ବୌଦ୍ଧ,୧୮/୧୦- ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡାସ୍ଥଳି । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁପାର୍ଶ୍ବରେ ବସି ମଦ ପିଇ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ବାଉଁଶୁଣୀ ଥାନା ପକ୍ଷରୁ ରାତିରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ମଦୁଆଙ୍କ ଆଡ୍ଡା ହେଉଛି । ସେହି ପଡ଼ିଆରେ ସକାଳୁ ସନ୍ଧ୍ୟାରେ ଯୁବକମାନେ ଖେଳକୁଦ କରିଥାନ୍ତି ।କେବଳ ହାଇସ୍କୁଲ ପଡ଼ିଆ ନୁହେଁ ବାଉଁଶୁଣୀ ର ଅନେକ ସ୍ଥାନରେ ମଦୁଆଙ୍କ ରାଜ ଚାଲୁଛି । ଏଥି ଯୋଗୁଁ ବାଉଁଶୁଣୀ ପୋଲିସ ପେଟ୍ରୋଲିଙ୍ଗ କରି ମଦୁଆ ଙ୍କୁ ସାବାଡ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।