କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଆଦ୍ୟାଶା ପଣ୍ଡାଙ୍କ ବିରଳ କୃତିତ୍ୱ

0 197

ପାରଳାଖେମୁଣ୍ଡି-ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୁର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ କରିଥିଲେ । ଅତିରିକ୍ତ ଅଧୀକ୍ଷକ ଶାନ୍ତନୁ କୁମାର ପାଢୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତୃତା ପ୍ରତିଯୋଗିତାରେ ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ଆଦ୍ୟାଶା ପଣ୍ଡା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । “ସତର୍କ ଭାରତ,ସମୃଦ୍ଧ ଭାରତ’ ବିଷୟ ଆଧାରିତ ଏହି ବକ୍ତୃତା ପ୍ରତିଯୋଗିତାରେ ଦକ୍ଷିଣ ଓଡିଶାର ଗଜପତି, ଗଂଜାମ, ବ୍ରହ୍ମପୁର, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଳାର ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ହିସାବରେ ଡୁରା ମହା ବିଦ୍ୟାଳୟର ଅଧ୍ୟକ୍ଷ ପିନାକୀ ମହାନ୍ତି, ଛତ୍ରପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁମିତା ମିଶ୍ର, ଗୋପାଳପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଚିତ୍ତରଂଜନ ପଟ୍ଟନାୟକ ଯୋଗଦାନ କରିଥିଲେ । ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଦୁର୍ନୀତି ବିଭାଗ କାର୍ଯ୍ୟାଳୟଠାରେ ପୁରସ୍କୃତ କରାଯିବ । ଆଦ୍ୟାଶାଙ୍କ ଏହି ବିରଳ କୃତିତ୍ୱ ପାଇଁ ଗଜପତି ଜିଲ୍ଳାପାଳ ଅନୁପମ ସାହା ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

10 + four =