କରୋନାର ପ୍ରଭାବ : ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା

0 94

କେରଳ : ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋଭିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ । ବିଦେଶରେ ଚାକିରୀ କରୁଥିବା ଶରତ ବିବାହ ପାଇଁ ଭାରତ ଆସିଥିଲେ । ଆଉ ବିବାହ ପାଇଁ କିଣାକିଣି କରୁଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଏପରିକି ଶରତଙ୍କ ମାଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ମାଆ ଓ ପୁଅଙ୍କୁ ଚିକିତ୍ସା ପାଇଁ ଆଲାପ୍ପୁଜା ମଡିକାଲର କୋଭିଡ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏପଟେ ବିବାହ ତାରିଖ ବି ପାଖେଇ ଆସୁଥିଲା । ଅର୍ଥାତ୍ ଏପ୍ରିଲ୍ ୨୫ରେ ଥିଲା ବିବାହ ଲଗ୍ନ । ଶେଷରେ ଏକଥା ଜଣାପଡିବା ପରେ ଦୁଇ ପରିବାର ବିବାହ ଘୁଞ୍ଚାଇବା ବଦଳରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ କଲେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ମତାମତ ଲୋଡିଥିଲେ । ପରିଶେଷରେ ଆଲ୍ଲାପ୍ପୁଜା ମେଡିକାଲ କଲେଜ କୋଭିଡ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ବିବାହ । ଆଉ ବିବାହ କରିବାକୁ କନ୍ୟାକୁ ଓ ଅନ୍ୟ ସଂପର୍କୀୟଙ୍କୁ ପିନ୍ଧିବାକୁ ପଡିଥିଲା ପିପିଇ କିଟ୍ । ପରେ ବୈଦିକ ରୀତିନୀତି ଅନୁସାରେ ହସ୍ପିଟାଲରେ ବର କନ୍ୟା ଉଭୟ ଉଭୟଙ୍କୁ ମାଳା ପିନ୍ଧାଇବା ସହ ବର କନ୍ୟା ମଥାରେ ସିନ୍ଦୁର ଦେଇଥିଲେ । ପରେ ପୁଅ ବୋହୁ କରୋନାରେ ପୀଡିତ ମାଆଙ୍କ ଆଶିଷ ନେଇଥିଲେ । ଦେଶରେ ଲକଡାଉନ ହେତୁ ଅନେକ ସ୍ଥାନରେ ବିବାହ ଆଦି କାର୍ଯ୍ୟକ୍ରମର କଟକଣା ଲାଗିଛି ।

hiranchal ad1
Leave A Reply

Your email address will not be published.

sixteen + nineteen =