ସାପ୍ତାହିକ ହାଟରେ କରୋନା କଟକଣାକୁ ମାନୁନାହାନ୍ତି ଜନସାଧାରଣ

0 220

ଜହ୍ନାପଙ୍କ,୨୭/୪:ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାତ୍ରି କର୍ଫ୍ୟୁ ସହିତ ଦୋକାନ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କୁ ଜୋରିମାନା ପୋଲିସ ମାଧ୍ୟମରେ ଆଦାୟ କରାଯାଇଛି । ହେଲେ ଏହା ରାସ୍ତା ଉପରେ ନିୟମ କଡାକଡି କରୁଥିବା ବଳେ ସାପ୍ତାହିକ ହାଟ ଗୁଡିକରେ ଏହା ଲାଗୁ ହେଉନଥିବା ଅଭିଯୋଗ ହେଉଛି । ଆଜି ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରରେ ମଙ୍ଗଳବାର ସାପ୍ତାହିକ ବଜାରରେ ଏଭଳି ଦୃଶ୍ୟ କରୋନା କଟକଣାକୁ ପରିହାସ ପରି ଲାଗୁଥିଲା । ଏହି ସାପ୍ତାହିକ ହାଟ ଉପରେ ଆଖପାଖର ୪ ଟି ପଞ୍ଚାୟତର ଲୋକ ନିର୍ଭରକରି କିଣାବିକା କରିଥାନ୍ତି । ତେବେ କ୍ରେତା ଓ ବିକ୍ରେତା କେହି ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଧ୍ୟାନ ନଦେଲେ ପରିସ୍ଥିତି ଅଣ ।ୟତ ହେବାର ଆଶଙ୍କାକୁ ଏଡାଇଦିଆଯାଇନପ ।ରେ ।

hiranchal ad1
Leave A Reply

Your email address will not be published.

nine − four =