ସରକାରଙ୍କ ଯୋଜନା କାହାପାଇଁ ! ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?

0 136

ବାଲିଗୁଡ଼ା,୪/୫: ବୈଶାଖ ମାସର ମୁଣ୍ଡଫଟା ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ଅଞ୍ଚଳବାସୀ । ଏଭଳି ପରିସ୍ଥିତିରେ ଦୈନନ୍ଦିନ ବଜାର କରିବାକୁ ଆସୁଥିବା ଲୋକେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି । ଅସହ୍ୟ ଖରାରୁ ଟିକେ ମୁକ୍ତି ପାଇବା ପାଇଁ ଲୋକେ ଗଛ ଛାଇ ଖୋଜିବା ସହ ଶୋଷ ମେଣ୍ଟାଇବାକୁ କିଏ ଦୋକାନରୁ କିଣି ପାଣି ପିଉଛି ତ କିଏ ଆଖପାଖରେ ଥିବା ନଳକୂପରୁ ଯାଇ ସେହି ପାଣିରେ ନିଜର ଶୋଷ ମେଣ୍ଟାଇବାକୁ ପଡୁଛି । ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ବ୍ୟୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଜରିଆରେ ବାଲିଗୁଡ଼ା ବଜାରର ତିନୋଟି ସ୍ଥାନରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ହେଲେ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ଦୈ÷ନନ୍ଦିନ ବାଲିଗୁଡ଼ା ବଜାରକୁ ଆସୁଥିବା ହଜାର ହଜାର ଲୋକ ଟୋପେ ପିଇବାପାଣି ପାଇଁ କଲବଲ ହେଉଛନ୍ତି । ହେଲେ ରାଜ୍ୟ ସରକାର ଜନସାଧାରଣଙ୍କ ହିତପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ନିର୍ମାଣ କରିଥିବା ଏହି ପାନୀୟ ଜଳ ପ୍ରକଳ୍ପ କେବେ ଜନସାଧାରଣଙ୍କ ହିତରେ ଲାଗିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଆଉ କିଛିଦିନ ପରେ ଗ୍ରୀଷ୍ମ ଋତୁ ସରିଯିବ କିନ୍ତୁ ଏଯାଏଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ । ଅଞ୍ଚଳବାସୀ ଧୁ ଧୁ ଖରାରେ ଟୋପେ ପାଣି ପିଇବାକୁ ପାଉନାହାଁନ୍ତି ତେବେ ଏହି ପ୍ରକଳ୍ପ ନିର୍ମାଣ ହେଲା କାହା ସ୍ୱାର୍ଥରେ..? ଆଗକୁ ବର୍ଷା ଦିନ ଆସୁଛି ବର୍ତ୍ତମାନ ସମୟରେ ଯଦି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ ଦୈନନ୍ଦିିନ ବଜାରକୁ ଆସୁଥିବା ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

3 × two =