ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ, ଅଧୁରା ରହିଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ ରାଜ୍ୟ By Hiranchal Live Last updated May 9, 2021 0 977 Share ଭୁବନେଶ୍ୱର: ରାଜ୍ୟସଭା ସାଂସଦ, ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନା ସହ ସଂଘର୍ଷକରି ଆଜି ସେ ଆଖି ବୁଜିଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨୨ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଅପପରାହ୍ନ ୩ଟା ୪୯ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏମ୍ସ ନିର୍ଦ୍ଦେଶିକା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ରଘୁନାଥଙ୍କ ପରଲୋକ ଫଳରେ ତାଙ୍କର ଦ୍ୱିତୀୟ କୋଣାର୍କ ନିର୍ମାଣ ସ୍ୱପ୍ନ ଅଧୁରା ରହିଗଲା । ୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଘୁନାଥଙ୍କୁ ୧୯୭୫ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଓ ୨୦୧୩ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କ ଦ୍ୱାରା ନିର୍ମିତ ଅସଂଖ୍ୟ ସ୍ଥାପତ୍ୟ ଏବେ ବି ତାଙ୍କ ଅନନ୍ୟ କଳା କୌଶଳର ମୂକସାକ୍ଷୀ ଭାବେ ଦଣ୍ଡାୟମାନ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।