ବିନା ସୂଚନା ଫଳକ ଓ ଜେ.ସି.ବି. ଦ୍ୱାରା ରାସ୍ତା କାମ ହେଉଥିବା ଅଭିଯୋଗ

0 878

ବୌଦ୍ଧ,୧୦/୫ – ବୌଦ୍ଧଜିଲା ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମଠାରୁ କୁଲୁତାଖଲି ଗ୍ରାମକୁ ସଂଯୋଗ ହେଉଥିବା ରାସ୍ତା କାମ ବର୍ତ୍ତମାନ ଚାଲିଛି । କେଉଁ ଅନୁଦାନରେ କେତେ ଟଙ୍କାର କାମ ଓ କାହାଦ୍ୱାରା ସମ୍ପାଦିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଫଳକ ନଥିବା ଯୋଗୁଁ ଲୋକେ କାମ ସମ୍ପର୍କରେ କୌଣସି ତଥ୍ୟ ପାଉନଥିବା ଅଭିଯୋଗ ହେଉଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନୁଦାନରେ ଏ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ କାର୍ଯ୍ୟରେ ଶ୍ରମିକ ନିୟୋଜିତ କରାନଯାଇ ଜେ.ସି.ବି. ଦ୍ୱାରା ମାଟି ଖୋଳି ରାସ୍ତାରେ ପକାଯାଉଥିବା ଦେଖିବାକୁ ମିଳିଛି । ସେହିପରି ନିକଟସ୍ଥ ଏକ ପୋଖରୀରୁ ଜେ.ସି.ବି. ଓ ଟ୍ରାକ୍ଟର ସାହାଯ୍ୟରେ ମାଟି ଆଣି ରାସ୍ତାକାମ ହେଉଥିବା ଅଭିଯୋଗ ହେଉଛି । ଲକଡାଉନ୍‌ ସମୟରେ ଶ୍ରମିକମାନେ କାମ ନପାଇ ଘରେ ବସିଥିବା ସ୍ଥଳେ ଶ୍ରମିକ ନିୟୋଜିତ ନକରି ମେସିନ ଦ୍ୱାରା କାମ କରାଯିବା ପରିତାପର ବିଷୟ । ସେହିପରି ପୋଖରୀରୁ ମାଟି ଉଠାଇ ରାସ୍ତାରେ ପକାଇ ଦୁଇଟି କାମର ବିଲ୍‌ କରିଦେବାର ସମ୍ଭାବନା ଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏ ସମ୍ପର୍କରେ ମୁଣ୍ଡି ପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କ ମୋବାଇଲକୁ ଫୋନ୍‌କରି ପଚାରିବାରୁ ସେ କହିଥିଲେ ସୂଚନା ଫଳକ ହୋଇଯାଇଛି ଆଜି ଲାଗିଯିବ । ଉକ୍ତ ରାସ୍ତା ଖାଲଖମାରେ ପରିଣତ ହୋଇ ପଡିରହିଥିଲା । ତେଣୁ ଲୋକଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ପଞ୍ଚଦଶ ଅର୍ଥ କମିଶନ୍‌ ଅନୁଦାନରେ କରାଯାଉଥିବା ସରପଞ୍ଚ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 4 =