କଣ୍ଟେନମେଣ୍ଟ ଜୋନରେ ରହୁନି ନୀତିନିୟମ, ସବୁଠି ଉଲ୍ଲଙ୍ଘନ

0 1,714

ବୌଦ୍ଧ,୧୪/୫- ଜିଲ୍ଲାରେ କରୋନା ପଜିଟିଭ ପ୍ରତିଦିନ ଶତକ ପାର୍‌ କରୁଥିବା ବେଳେ ଲୋକେ କୌଣସି କଟକଣା ଓ ବାରଣ ମାନୁନଥିବା ଅଭିଯୋଗ ହେଉଛି । କରୋନା ପଜିଟିଭ ହୋଇଥିବା ଲୋକ ଓ ତାଙ୍କ ପରିବାର ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ନରହି ବାହାରେ ବୁଲାବୁଲି କରୁଥିବା ଖବର ବିଭିନ୍ନ ଗ୍ରାମରୁ ଆସୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ପ୍ରଭାବିତ ଗ୍ରାମମାନଙ୍କୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଅନେକ କ୍ଷେତ୍ରରେ କଣ୍ଟେନମେଣ୍ଟ ଜୋନ ଘୋଷଣା କେବଳ ନାମକୁ ମାତ୍ର ଦେଖିବାକୁ ମିଳୁଛି । ଗତକାଲି ଜିଲ୍ଲାପାଳ କଣ୍ଟାମାଳ ବ୍ଲକ୍‌ ଦପଲା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମାତ୍ର ଦପଲା ଗ୍ରାମରେ ବର୍ତ୍ତମାନ ସୁଦ୍ଧା କେଉଁ ଅଂଚଳ କଣ୍ଟେନମେଣ୍ଟ ହୋଇଛି ଗ୍ରାମବାସୀ ମଧ୍ୟ ଜାଣିନାହାନ୍ତି । କୌଣସି ସରକାରୀ ଅଧିକାରୀ କିମ୍ବା ପୋଲିସ୍‌ କେହି ଗ୍ରାମକୁ ପାଦ ମଧ୍ୟ ପକାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ବୌଦ୍ଧବ୍ଲକ୍‌ ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍‌ ଗ୍ରାମକୁ ଦୁଇ ଦିନ ତଳେ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ସେଠାରେ ଦିଆଯାଇଥିବା ବାଉଁଶବାଡ ଆଜି ସକାଳୁ ଦେଖିବା ବେଳକୁ ନାହିଁ । ଲୋକଙ୍କ ଚଳ ପ୍ରଚଳ କଣ୍ଟେନମେଣ୍ଟ ଜୋନ ହୋଇ ମଧ୍ୟ ସ୍ୱାଭାବିକ ଥିବା ଦେଖିବାକୁ ମିଳୁଛି । ଏଭଳି ଅନେକ ଅବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀ ଆୟତ୍ତ ହେବା ବଦଳରେ ବ୍ୟାପ୍ତ ହେଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲାରେ ଘୋଷିତ ହୋଇଥିବା କଣ୍ଟେନମେଣ୍ଟ ଜୋନରେ ପୋଲିସ୍‌ କର୍ମଚାରୀଙ୍କ ମୁତୟନ ପାଇଁ ମଧ୍ୟ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × two =