ଆମେରିକା ହେଲା ଦ୍ୱିତୀୟ ମାସ୍କ ମୁକ୍ତ ଦେଶ

0 202

ୱାଶିଂଟନ,୧୪/୫- ଆମେରିକା ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା । ଆମେରିକାରେ ଆଉ ଲୋକେ ପିନ୍ଧିବେନି ମାସ୍କ । ଜରୁରୀ ନୁହେଁ ସାମାଜିକ ଦୂରତା ରକ୍ଷା କରିବା । ଆମେରିକାର ଲୋକଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ଘୋଷଣାକଲା ସିଡିସି । ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ’ର ଘୋଷଣା ପରେ ବିନା ମାସ୍କରେ ମିଡିଆ ଆଗକୁ ଆସିଲେ ରାଷ୍ଟ୍ରପତି ଜୋ ବିଡେନ୍‌ । ଏହାକୁ ଆମେରିକାର ଐତିହାସିକ ସଫଳତା କହିଲେ ରାଷ୍ଟ୍ରପତି । ଆମେରିକାରେ ଶତ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇଛି ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେ, ପ୍ରଥମ ଦେଶ ଭାବେ ଇସ୍ରାଏଲ ନିଜ ଦେଶରେ ମାସ୍କ ମୁକ୍ତ ଘୋଷଣା କରିଛି ।

hiranchal ad1
Leave A Reply

Your email address will not be published.

1 × five =