ବୌଦ୍ଧ,୧୫/୫ – ବୌଦ୍ଧବ୍ଲକ୍ ବଘିଆପଡା ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏ.ଟି.ଏମ.ରୁ ଚିରା ଫଟା ଓ କଟି ଯାଇଥିବା ୫୦୦ ଟଙ୍କିଆ ନୋଟ ଗୁଡିକ ବାହାରୁଥିବା ଅଭିଯୋଗ ହୋଇଛି । ଉକ୍ତ ନୋଟ୍ ଗୁଡିକ କେହି ନେବାକୁ ଅମଙ୍ଗ ହେଉଥିବା ବେଳେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବଘିଆପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖାରେ ମଧ୍ୟ ଏଭଳି ଚିରାନୋଟ୍ ଗ୍ରହଣ କରାଯାଉନଥିବା ହେତୁ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଶାଖା ପରିଚାଳକ ଚିରା ନୋଟ ବାହାରୁଥିବା ନେଇ ଗ୍ରାହକଙ୍କ ଅଭିଯୋଗକୁ ଗ୍ରହଣ ନ କରି ବୌଦ୍ଧ ମୁଖ୍ୟ ଶାଖାରେ ବଦଳ କରିବାକୁ ଉପଦେଶ ଦେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀମାନେ ଏ ସମ୍ପର୍କରେ ଗୁରୁତ୍ୱ ଦେଇ ବଘିଆପଡା ଏ.ଟି.ଏମ.ରୁ ଚିରା ନୋଟ୍ ଅପସାରଣ କରିବାସହ ଚିରା ନୋଟ ପାଇଥିବା ଗ୍ରାହକ ମାନଙ୍କ ନୋଟ୍ ବଦଳ ପାଇଁ ପଦକ୍ଷେପ ନେବାକୁ ଗ୍ରାହକ ମହଲରେ ଦାବି ହେଉଛି ।