ବିଭିନ୍ନ କଣ୍ଟେନମେଣ୍ଟ ଅଂଚଳକୁ ପରିଦର୍ଶନ କଲେ ଉପ ଜିଲ୍ଲାପାଳ

0 939

ବୌଦ୍ଧ/ହରଭଙ୍ଗା,୧୫/୫- ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବାବେଳେ, ବ୍ଲକର କେତେକ ଗ୍ରାମକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏପଟେ ଗ୍ରାମାଞ୍ଚଳରେ ଲୋକମାନେ ସରକାରଙ୍କ କୋଭିଡ୍‌୧୯ର ନିୟମକୁ ଜାଣିଶୁଣି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଶନିବାରଦିନ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସ୍ୱତନ୍ତ୍ରଭାବେ ଆବଦ୍ଧ ଅଞ୍ଚଳ ଗ୍ରାମଗୁଡିକରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିଥିଲେ । ବ୍ଲକର ହରଭଙ୍ଗା, ସାଂପୋଚ, ଭରତାପୁର, ଖଜୁରିଆ, ତୁକୁଲୁଣ୍ଡା, କରଞ୍ଜକଟା, ତିଲେଶ୍ୱର, କୃଷ୍ଣପାଲି ଆଦି ଗ୍ରାମଗୁଡିକୁ ଯାଇ ଅମାନିଆ ଲୋକମାନଙ୍କୁ ସଚେତନ କରାଇବା ସହ କୋଭିଡ୍‌୧୯ ର ନିୟମକୁ କଡାକଡି ପାଳନ ପାଇଁଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନରେ ହରଭଙ୍ଗା ବ୍ଲକ ବିଡିଓ ନୀଳକଣ୍ଠ ବେହେରା, ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

17 − 8 =