ନଳକୂପ ଅଚଳ, ପାଣି ପାଇଁ ହାହାକାର

0 260

ବୌଦ୍ଧ,୧୫/୫ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ଅମାତସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଗୋଟାଏ ମାତ୍ର ନଳକୂପରେ ନିର୍ଭର ପଡାବାସୀ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କୂଅପାଣି ଶୁଖି ଯାଇଥିବାବେଳେ କେବଳ ନଳକୂପ ଉପରେ ଖାଇବାପାଣି ପାଇଁ ନିର୍ଭର କରିଥାନ୍ତି । ଏ ସମ୍ପର୍କରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କଲେ ଦାୟିତ୍ୱରେ ଥିବା ଏସ.ଇ.ଏମ. ତାଙ୍କ କଥା ମାନୁନଥିବା କହି ଅସହାୟ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଖୁବ୍‌ଶୀଘ୍ର ଲୋକ ପଠାଇ ମରାମତି କରିଦେବା କଥା କହିଛନ୍ତି । ଏମିତି କହି କହି ପ୍ରାୟ ୧୦ ଦିନ ବିତିଯାଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ନଳକୂପ ମରାମତି ପାଇଁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

three × four =