ଦୁଇ ମାସ ହେଲା ନଳକୂପ ଅଚଳ, ହନ୍ତସନ୍ତ ଦଳିତପଡା ବାସୀ

0 365

hiring

ବୌଦ୍ଧ,୧୬/୫ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରlୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ନିକଟରେ ଥିବା ପୋଖରୀ ପାଣିକୁ ସେମାନେ ବ୍ୟବହାର କରି ଦୈନନ୍ଦିନ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଶୁଖି ଯାଇଥିବା ଯୋଗୁଁ ସେମାନେ ଅକଥନୀୟ ଜଳ କଷ୍ଟ ଭୋଗ କରୁଥିବା ଦେଖିବାକୁ ମିଳୁଛି l ପିଇବା ଓ ରୋଷେଇ କରିବା ପାଇଁ ବହୁ ଦୂରରୁ ସେମାନେ ଜଳ ସଂଗ୍ରହ କରୁଛନ୍ତି | ଗ୍ରାମର ୱାର୍ଡ ମେମ୍ବର ଓ ସରସରା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ବାରମ୍ବାର ନଳକୂପ ମରାମତି ପାଇଁ ପଡାବାସୀ ଅଭିଯୋଗ କରୁଥିଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି | ତୁରନ୍ତ ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ନଳକୂପ ମରାମତି ଦିଗରେ ପଦକ୍ଷେପ ନେବାକୁ ଜନ ସାଧାରଣରେ ଦାବି କରିଛନ୍ତି |

hiranchal ad1
Leave A Reply

Your email address will not be published.

4 × one =