କରୋନା ଭୟରେ ରୋଗୀ ଯାଉନାହାନ୍ତି ଡାକ୍ତରଖାନା

0 1,737

ବୌଦ୍ଧ/ଜହ୍ନାପଙ୍କ,୧୬/୫- କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଗାଁ ଗାଁରେ ମାଡିଚାଲିଛି ସଂକ୍ରମଣ । ଲୋକ ମାନଙ୍କ ମଧ୍ୟରେ ସଚେତନତା ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରି ଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ ସଂକ୍ରମଣ ବୃଦ୍ଧିରେ ସହାୟକ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । କରୋନା ବିରୋଧୀ ଅଭିଯାନରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି କିନ୍ତୁ ଯେତିକି ଉଦ୍ୟମ କରିବା କଥା ତାହା ହୋଇପ ।ରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ କିମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ନଯାଇ ଘରେ ରହିବାକୁ ପରାମର୍ଶ ଦେବା ମହଙ୍ଗା ପଡ଼ିଛି ବୋଲି ଆଲୋଚନା ହେଉଛି । ପଜିଟିଭ ଚିହ୍ନଟ ହୋଇଥିବା ଅନେକ ବ୍ୟକ୍ତି ବାହାରେ ବୁଲାବୁଲି କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ସେଥିପାଇଁ ହୋମ ଆଇସଲେସନରେ ଥିବା କୁହାଯାଉଥିବା ବ୍ୟକ୍ତିଙ୍କ ଘର ଆଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବାରଣ ସୂଚନା ବା ଷ୍ଟିକର ଲଗାଯାଉନଥିବାରୁ ଗ୍ରାମରେ କାହାକୁ କରୋନା ହୋଇଛି ଗ୍ରାମବାସୀ ଜାଣି ପାରୁନାହାନ୍ତି । ବିବାହ ଓ ମୃତାହ ଆଦି ସାମାଜିକ କାର୍ଯ୍ୟ ପାଇଁ ୫୦ ଓ ୨୦ ଲୋକଙ୍କ ପାଇଁ ପ୍ରଶାସନ ଅନୁମତି ଦେଉଥିବାବେଳେ ଶହ ଶହ ଲୋକଙ୍କର ସମାଗମ ହେଉଥିଲେ ମଧ୍ୟ ପ୍ରଶାସନ ତଦାରଖ କରୁନଥିବାରୁ ଏହା ସଂକ୍ରମଣର ଏକ ମାଧ୍ୟମ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ବସୁଥିବା ସାପ୍ତାହିକ ବଜାର ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରପଞ୍ଚମାନଙ୍କ ଦାୟିତ୍ୱହୀନ ଯୋଗୁଁ ଅଞ୍ଚଳର ପଦ୍ମନପୁର, ଖୁଣ୍ଟବନ୍ଧ, ତେଲିବନ୍ଧ, କମିରା, ମୁଣ୍ଡାପଡା, ଖଜୁରୀପଡ଼ା ଆଦି ସାପ୍ତାହିକ ହାଟ ଚାଲୁଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଅନ୍ୟପକ୍ଷରେ ସାପ୍ତାହିକ ଓ ଦୈନିକ ବଜାରରେ ଲୋକ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନଥିବା ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

twenty + 6 =